ସେହିପରି ବାରବନ୍ଧ ଅଞ୍ଚଳର ଏକ କପା କିଆରିରେ ପଶି କପା ଫସଲ ନଷ୍ଟ କରିଥିବା ବେଳେ କିଆରିରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି। ସେହିପରି ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିବା ତଥା ବିଦ୍ୟୁତ୍ ଗଲେ ମୋବାଇଲ ନେଟୱର୍କ ବ୍ୟବସ୍ଥା ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏହି ହାତୀପଲକୁ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡାଇବାକୁ ମୁରିବାହାଲ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର