ଅଧିକ ପଢନ୍ତୁ : ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
ଏହାକୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ସମସ୍ତ ଜିଲ୍ଲାର ମଣ୍ଡିରେ ଲାଗିଥିବା ସିସିଟିଭି ଜରିଆରେ ଦୃଷ୍ଟି ରଖିବେ ଯୋଗାଣ ଅଧିକାରୀ । ଏହାସହିତ ମଣ୍ଡିରେ ଥିବା ଅଧିକାରୀଙ୍କ ସହ ସିଧାଳଖ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଅଭିଜ୍ଞତା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ । ଚାଷୀ, ସାଧାରଣ ଲୋକେ ଏହି କମାଣ୍ଡ ସେଣ୍ଟର ଜରିଆରେ ଫୋନ୍ ଯୋଗେ ଅଭିଯୋଗ ଜଣାଇପାରିବେ । ଟୋଲ୍ ଫ୍ରି ନମ୍ବର 1967 ମାଧ୍ୟମରେ ଏହି ଅଭିଯୋଗ କରିପାରିବେ। ଯେଉଁଠି ଅବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସିବ ତୁରନ୍ତ ନୋଡାଲ୍ ଅଧିକାରୀ ଯିବେ ନହେଲେ ଯେଉଁ ମଣ୍ଡିରେ ଅବ୍ୟବସ୍ଥା କିମ୍ବା ଅଭିଯୋଗ ଥିବ ସେଠାରୁ ମଧ୍ୟ ଗୋଟିଏ ଟିମ୍ ଏହାକୁ ତନଖି କରି ଯାଞ୍ଚ କରିବେ । ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ ।