ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅଫ୍ ଡେମୋ ଶୋ ଦେଖାଇବେ। ଏଥିସହ ଲେଜର ଶୋର ବି ଆୟୋଜନ କରାଯାଇଛି।
ନୌସେନା ଦିବସ ସମାରୋହରେ ସାମିଲ ହେବେ ତିନି ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହାମହିମଙ୍କ ଗସ୍ତ ପାଇଁ ପୁରୀ ତାଳବଣିଆରେ ୪ ଟି ଏବଂ ସମଙ୍ଗରେ ସାତଟି ଅସ୍ଥାୟୀ ହେଲିପ୍ୟାଡ କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରାଯାଉଛି । ଏଥିସହ ନୌସେନାର ବରିଷ୍ଠ ପଦାଧୀକାରୀ, ଦେଶ ଓ ରାଜ୍ୟର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ବସିବା ପାଇଁ ବି ସ୍ବତନ୍ତ୍ର ଚେୟାର ବିଛା ହେଉଛି । କାର୍ଯ୍ୟକ୍ରମରେ ମୋଟ ସାଢ଼େ ସାତ ହଜାର ଅତିଥି ଯୋଗଦେବେ। ଡିସେମ୍ବର ୪ରେ ବ୍ଲୁ ଫ୍ଲାଗ ବିଚ୍ ହେବ ନୋ ମ୍ୟାନସ୍ ଲ୍ୟାଣ୍ଡ। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ବି ପ୍ରସ୍ତୁତ ରହିଛି । ବ୍ୟାରିକେଡ ବନ୍ଧା ହେବା ସହ ପେଣ୍ଠକଟାରୁ ଲାଇଟ୍ ହାଉସ ଯାଏଁ ପୁରୀ ବେଳାଭୂମିକୁ ସୁସଜ୍ଜିତ କରିବାରେ ଦିନରାତି ଏକ କରି ଲାଗିଛନ୍ତି କାରିଗର।
ନୌସେନା ଦିବସ ପାଇଁ ଗୁରୁବାରଠାରୁ ପୁରୀରେ ଲାଗୁ କରାଯିବ ବିଭିନ୍ନ କଟକଣା । ହରିହର ଛକ ଠାରୁ ୟୁଥ୍ ହଷ୍ଟେଲ ମଧ୍ୟରେ ନୋ ଭେହିକିଲ୍ ଜୋନ ଘୋଷଣା କରାଯାଇଥିବା ବେଳେ ବେଳାଭୂମି ରାସ୍ତାରେ ୪୦ଟି ପ୍ରବେଶ ପଥରେ ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଉଛି। ସ୍ଵର୍ଗଦ୍ଵାର ଯିବା ପାଇଁ ଶବ ଗାଡ଼ି ସାଙ୍ଗରେ ମାତ୍ର ଗୋଟିଏ ଗାଡ଼ି ଯିବାକୁ ଅନୁମତି ରହିଛି । ୨୮ ତାରିଖରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ଯାଏଁ ଏହି କଟକଣା ରହିବ ।