ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳର ଅଭିଳାଷ ସ୍ବୂରପ ମହାପାତ୍ର ନୂତନ ଭାବେ ଓଡ଼ିଶା ଫାଇନାନ୍ସ ସର୍ଭିସ୍ରେ ନିଯୁକ୍ତି ପାଇଥିଲେ। ସୋମବାର ଓଏଫ୍ଏସ୍ ଅଫିସର ଭାବେ ଚାକିରିରେ ଯୋଗଦେଇଥାନ୍ତେ। ମାତ୍ର ରବିବାର ରାତିରେ ସେ ଆତ୍ମହତ୍ୟା କରିଥିଲେ। ଓଢ଼ଣୀ ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ସେ ତାଙ୍କ ସ୍ତ୍ରୀଙ୍କ ସହ ଖଣ୍ଡିଗିରିରେ ରହୁଥିଲେ। ଖଣ୍ଡଗିରି ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରାଜଧାନୀରେ ଓଏଫ୍ଏସ୍ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି
ଅର୍ଗସ ବ୍ୟୁରୋ: ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ୍ ଅଧିକାରୀ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରୁ ମୃତ ଦେହ ଉଦ୍ଧାର କରାଯାଇଛି । ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କଣ ପାଇଁ ଆତ୍ମହତ୍ୟା କଲେ ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।
Download Argus News App
