ଆଜି ଗଞ୍ଜାମରୁ ସର୍ବାଧିକ 185 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ 85 ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର 45, କଟକ 32, ମାଲକାନଗିରି 30, ବରଗଡ଼ 24, ସୁନ୍ଦରଗଡ଼ 24, ଅନୁଗୁଳ 23, ବାଲେଶ୍ୱର ଓ ଜଗତସିଂହପୁର 17, ଖୋର୍ଦ୍ଧା 15, ଯାଜପୁର 13, କେନ୍ଦ୍ରାପଡ଼ା 10, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁର 8, ମୟୁରଭଞ୍ଜ 7, ଭଦ୍ରକ 4, ପୁରୀ 3, ଢ଼େଙ୍କାନାଳ ଓ କେନ୍ଦୁଝର 2 ଏବଂ ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ପୁଣି ସର୍ବାଧିକ 755 କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 508 କ୍ଵାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ 247 ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ 11956କୁ ବୃଦ୍ଧି ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।