ପଳାଶୁଣି ଅଫିସ ବନ୍ଦ କରି ୩ ବର୍ଷ ଧରି ଫେରାର ଥିଲେ ସେ । ତଦନ୍ତ ବଢିବା ସହ ବଢୁଛି ଅଭିଯୋଗ ସଂଖ୍ୟା । ଶତାଧିକ ଲୋକେ ଏଭଳି ଠକେଇର ଶିକାର ହୋଇଥିବା ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି । ୨୦୧୭ରେ ଫ୍ଳାଟ୍ ଦେବାକୁ କହି ଟଙ୍କା ନେଇଥିଲେ । ୨୦୨୨ ସୁଦ୍ଧା ମଧ୍ୟ ଲୋକଙ୍କୁ ଫ୍ଳାଟ ଦେଲେନାହିଁ । ଗ୍ରାହକ ଏବଂ ବ୍ୟାଙ୍କକୁ ଠକେଇ କରିଛନ୍ତି । ବିଭିନ୍ନ ଥାନାରେ ମନୋଜ ପଟ୍ଟନାୟକଙ୍କ ନାଁରେ ମାମଲା ରହିଛି । ପତ୍ନୀ ସୁଚିତ୍ରା ବିଶୋଇ ମଧ୍ୟ ଏହି ମାମଲାରେ ଫେରାର ଅଛନ୍ତି । ଏନେଇ ସୂଚନା ଦେଲେ ଇଓଡବ୍ଳୁ ଏସ୍ପି ଦିଲ୍ଲୀପ କୁମାର ତ୍ରିପାଠୀ ।
ଫ୍ଲାଟ ଦେବାକୁ କହି ୧ କୋଟି ୭୨ ଲକ୍ଷ ଠକେଇ

ଭୁବନେଶ୍ୱର: ଭୁବନେଶ୍ୱର ସିଜୁଆରେ ଫ୍ଲାଟ ଦେବାକୁ କହି ୧ କୋଟି ୭୨ ଲକ୍ଷ ଠକେଇ । ଠକେଇ ଅଭିଯୋଗରେ ବାସେରା ଡିଜାଇନ ପ୍ରାଇଭେଟ ଲିମିଟେଡ଼ ଏମଡି ମନୋଜ ପଟ୍ଟନାୟକ ଗିରଫ । ଠକେଇ ନେଇ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ଜ୍ୟୋତି ପଣ୍ଡା । ୨୦୧୭ ଜୁନରୁ ଫ୍ଲାଟ ଦେବାକୁ କହି ଠକି ଆସୁଥିଲେ ବିଲଡର । ସିଜୁଆ ସ୍ଥିତ ପ୍ରୋଜେକ୍ଟର ବିଡିଏ ଆପ୍ରୁଭାଲ ନ ଥିଲା । ଜାଲ ଡକ୍ୟୁମେଣ୍ଟ ଜରିଆରେ ବ୍ୟାଙ୍କରୁ ଉଠିଥିଲା ଲୋନ୍ । ଅଭିଯୋଗ ପରେ ଫେରାର ହୋଇଯାଇଥିଲେ ବିଲଡର ।
Download Argus News App
