ବ୍ରିଜ୍ରୁ ତଳକୁ ଖସିବା ବେଳେ ଗଛରେ ପିଟି ହେଲା ବସ୍ । ବସ୍ରେ ଥିବା 10 ଯାତ୍ରୀଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ବ୍ରହ୍ମପୁର: ଗଛରେ ପିଟିହେଲା ଯାତ୍ରୀବାହି ବସ୍ । ବେଲଗୁଣ୍ଠାରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ନୂଆଗାଁ ପୋଲ ଉପରେ ଖସିଲା ବସ୍ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା 10 ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ରହିଛି ।
ବ୍ରିଜ୍ରୁ ତଳକୁ ଖସିବା ବେଳେ ଗଛରେ ପିଟି ହେଲା ବସ୍ । ବସ୍ରେ ଥିବା 10 ଯାତ୍ରୀଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ୬୩ କିଲୋ ନକଲି ରୁପା ଜବତ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜିଏସଟି ବିଭାଗ। ପଶ୍ଚିମବଙ୍ଗରୁ ଆସି ବିକୁଥିଲେ ନକଲି ରୁପା। ଯାହାକୁ ଧରିଲା ଜିଏସଟି ବିଭାଗ। ଧରିଲା ବାରିପଦା ଜିଏସଟି ବିଭାଗ। ଏହାସହ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ରାମଲଲାଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦର୍ଶନ ପରେ ସେଠାରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀରେ ସାମିଲ ହୋଇଥିଲେ। ମନ୍ଦିର ଭିତରେ ଅଧିକ ସମୟ ଅତିବାହିତ କରିଥିଲେ ରାଷ୍ଟ୍ରପତି। ଏହା ପୂର୍ବରୁ ରାଷ୍ଟ୍ରପତି ହନୁମାନ ଗଢିରେ ଦର୍ଶନ ମଧ୍ୟ କରିଥିଲେ।
ସରୟୁ ନଦୀ ଆଳତୀରେ ମଧ୍ୟ ସାମିଲ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏବଂ ୟୁପୀ ସରକାରର ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମହୁ ଏବଂ ଲେମ୍ୱୁ ମିଶେଇକି ପିଉଛନ୍ତି କି। ଜାଣି ରଖନ୍ତୁ କିଛି ଅଜଣା କଥା। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ ଉତ୍ସ ଏବଂ ମହୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ। ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ଖାଲି ପେଟରେ ଏସବୁ ପିଇଲେ ଓଜନ ହ୍ରାସ ହେବା ଦ୍ୱାରା ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ।
ଆପଣ ଜାଣିଛନ୍ତି କି ସମସ୍ତେ ଲେମ୍ବୁ ଏବଂ ମହୁ ବ୍ୟବହାର କରିପାରିବେ ନାହିଁ। ଲେମ୍ବୁ ଏବଂ ମହୁର ମିଶ୍ରଣ ଆମ ପେଟର ଚର୍ବିକୁ ବର୍ଣ୍ଣିଂ କରିବାରେ ସାହାଯ୍ୟ କରେ। ଏହା ଆମ ଯକୃତକୁ ମଧ୍ୟ ଡିଟକ୍ସ କରିଥାଏ। ଏହାସହ ଶରୀରରେ ବ୍ଲୋଟିଂଠାରୁ ମଧ୍ୟ ମୁକ୍ତି ଦେଇଥାଏ।
ଏହାକୁ ବ୍ୟବହାର କରିବା ପୂର୍ବରୁ ମନେରଖନ୍ତୁ ଯେ ପାଣି ଅତ୍ୟଧିକ ଗରମ ନହେବା ଉଚିତ୍। ସବୁବେଳେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ମହୁ ଅତ୍ୟଧିକ ଗରମ ପାଣିରେ ମିଶିଲେ ଏହା ବିଷ ହୋଇଯାଏ। ଏକ ଚାମଚରୁ ଅଧିକ ମହୁ ବ୍ୟବହାର କରିବା ଅନୁଚିତ। ଯଦି ଆପଣଙ୍କର ଦୁର୍ବଳ ହାଡ, ଦୁର୍ବଳ ଦାନ୍ତ, ପାଟି ଘା ’ଇତ୍ୟାଦିରେ ସମସ୍ୟାର ସମ୍ମୁଖିନ କରୁଛନ୍ତି, ତେବେ ଆପଣ ଲେମ୍ବୁ ଏବଂ ମହୁ ମିଶ୍ରଣକୁ ଖାଇବା ଉଚିତ୍ ନୁହେଁ। ନଚେତ୍ ସମସ୍ୟାରେ ପଡିପାରନ୍ତି। ତେବେ ସତର୍କ ରହି ସମସ୍ତ ଜିନିଷ ଉପରେ ଅଧ୍ୟୟନ କରି ତାକୁ ବ୍ୟବହାର କରନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: