ଜିଲ୍ଲାପାଳ ଡ ଭବାନୀ ଶଙ୍କର ଚୟନି ଜିଲ୍ଲାପରିଷଦ ମୁଖ୍ୟ ପ୍ରଶାସନିକ ଅଧିକାରୀ ଅମ୍ବର୍ କର ଉପସ୍ଥିତ ଥିଲେ ।ଏହି ଉତ୍ସବ କଟକରେ ଦୀର୍ଘ ୧୨ ବର୍ଷ ହେବ ହୋଇ ଆସୁଅଛି । ଚଳିତ ବର୍ଷ ଏହାକୁ ପ୍ରଥମ ଥର କରି ଉପର ବାଲିଯାତ୍ରା ପଡିଆରେ କରାଯାଉଛି। କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ନୃତ୍ୟୋତ୍ସବ ପଡିଆ ଓ ଏହାର ମାର୍ଗର ମରାମତି ପାଇଁ ପୂର୍ତ୍ତ ବିଭାଗ ସଫେଇ ପାଇଁ ସିଏମସି ଜଳ ଯୋଗାଣ ପାଇଁ ୱାଟକୋ, ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବିଭାଗ ଆଇନ ଶୃଙ୍ଖଳା ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପାୱାର ସପ୍ଲାଏ ପାଇ ଟିପିକୋ ଡିଏଲ୍, ଷ୍ଟଲରେ ବ୍ୟବସାୟ ପାଇଁ ଓରମାସ, ବୟନ କଟେଜ ହ୍ୟାଣ୍ଡି କ୍ରାଫ୍ଟ ଆଦି ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସାଂସ୍କୃତିକ ଉତ୍ସବ କଟକ ସହରର ଐତିହ୍ୟ ପରମ୍ପରାକୁ ଆଉ ଆଉ ଦୁଇପାଦ ଆଗକୁ ନେବ ବୋଲି ମେୟର ଜିଲ୍ଲାପାଳଙ୍କୁ କହିଥିଲେ।