ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲାର ଖୋଳତାଡ କରାଯିବ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସମସ୍ତ ମାମଲା ଇଡିକୁ ହସ୍ତାନ୍ତର ହୋଇସାରିଛି । ଦୁର୍ନୀତିଖୋର ବାବୁଙ୍କ କଳାଧନ ସଂଗ୍ରହର ଉତ୍ସ ସାଙ୍ଗକୁ ସେମାନଙ୍କ ରାଜନୈତିକ ସଂପୃକ୍ତିର ଖୋଲତାହ ହେବ । ତୃତୀୟ ମହଲାର ପାଓ୍ବାରଫୁଲ ବାବୁଙ୍କ ସହ ମିଶି ରାଜସ୍ବ ଲୁଟିଥିବା ଅଭିଯୋଗ। ସେମାନେ କେତେ କଳାଧନର ଅଧିକାରୀ, କେଉଁ କେଉଁ ବାଟରେ ସେମାନେ ବିନିଯୋଗ କରିଛନ୍ତି ସେସବୁର ମଧ୍ୟ ଛାନଭିନ୍ କରାଯିବ । ଅଭିଯୋଗ ହୋଇଥିଲା ଏମାନଙ୍କ ତୃତୀୟ ମହଲା ସହ ସଂପୃକ୍ତି ଥିଲା । ଛୋଟ ମାଛ ଧରାପଡିଥିଲେ ମଧ୍ୟ ବଡ ମାଛ ମାନଙ୍କ ପାଖରେ ପହଞ୍ଚି ପାରିନଥିଲା ପୋଲିସ। ୨୦୨୩ରୁ ୨୦୨୪ ମଧ୍ୟରେ ଭିଜିଲାନ୍ସ ପଞ୍ଚାରେ ଫସି ଜେଲ ଯାଇଥିବା ଓ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ ପାଇନାହିଁ । କିନ୍ତୁ ଖୁବଶୀଘ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କୁ ସମନ କରାଯିବ । ସୁପ୍ରିମକୋର୍ଟଙ୍କ ଅନୁମୋଦିତ କଳାଧନ ସମ୍ପର୍କିତ ମାଲାର ତଦନ୍ତ କରୁଥିବା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ ଉଠିଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି, ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଏ ସ୍ଥିତି ଉପୁଜିଛି । ଆଜି ସକାଳ ୮ଟାରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ପ୍ରଦୂଷଣ ମାନ ଯଥାକ୍ରମେ- ୨୭୦, ୩୨୪, ୩୨୫ ଥିଲା । ଯାହା ଅତ୍ୟନ୍ତ ଖରାପ ସ୍ଥିତି ।
ଅଧିକ ପଢନ୍ତୁ : ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ
ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅନୁସାରେ, ବାୟୁର ଏ ପ୍ରଦୂଷଣ ମାନ ଯୋଗୁ ବିଶ୍ବାସ, ପ୍ରଶ୍ବାସ ନେବାରେ ବି ସମସ୍ୟା ଦେଖାଦେଇଥାଏ । ଉଭୟ ବାୟୁ ଓ ଜଳ ପ୍ରଦୂଷଣ କବଳରେ ରାଜଧାନୀ ବାସୀ ।
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତର ସହ ବିଚାରକୁ ନେଇଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ବାରା ତର୍ଜମା କରୁଛନ୍ତି। ଏନେଇ ସରକାର ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। OSSSC ଦ୍ଵାରା କମ୍ପ୍ୟୁଟର ଅଧାରିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍ୟ ସରକାର...6 ଜଣିଆ ଥିମେଟିକ ସବ କମିଟି ମଧ୍ୟ ଗଠିତ...
୨- ଆଜିଠାରୁ ଆରମ୍ଭ ମହାକାର୍ତ୍ତିକ ବ୍ରତ.... ଚଳଚଞ୍ଚଳ ଶ୍ରୀକ୍ଷେତ୍ର....୪ଟି ଅସ୍ଥାୟୀ ହବିଷ୍ୟାଳି ଶିବିରରେ ସ୍ବତନ୍ତ୍ର ବ୍ୟବସ୍ଥା.....ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ ମହାପ୍ରସାଦ ସେବନ କରି ପାଳୁଛନ୍ତି କାର୍ତ୍ତିକ ବ୍ରତ.
୩- ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ....ଦେଶ ବିଦେଶର ପ୍ରତିଷ୍ଠିତ କମ୍ପାନିର ମୁଖ୍ୟ ଓ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା....ଓଡ଼ିଶାରେ ଥିବା ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସମ୍ପର୍କରେ କରିବେ ଅବଗତ...କେମିକାଲ, ଆଇଟି, ଟେକ୍ସଟାଇଲ, ସେମି କଣ୍ଡକ୍ଟର, ଷ୍ଟିଲ ଆଦି କ୍ଷେତ୍ରରେ ବଡ଼ ସୁଯୋଗ ହେବ ସୃଷ୍ଟି
୪- ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି....୨ ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ....ଆକ୍ରମଣ ପାଇଁ ଉଦ୍ୟମ କଲା ବେଳେ ବିରୋଧ କରିବାକୁ ଯାଇ ଡିଆଇଜି ଓ ଦୁଇ ରୋଡ୍ ରୋମିଓ ହାତାହାତି....ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି
୫- ମୁମ୍ବାଇ-ଲଣ୍ଡନ ଏୟାରଇଣ୍ଡିଆ ଫ୍ଲାଇଟ୍ ରେ ଏମର୍ଜେନ୍ସୀ ଘୋଷଣା, ଆକାଶରେ ଶୁଣାଗଲା ‘ସୋନିକ୍ ବୁମ୍’.....ବିମାନ ବ୍ରିଟେନ ନିକଟବର୍ତ୍ତି ହେବା କାଳରେ ସ୍କ୍ୱାକ କୋଡ ୭୭୦୦ ସହିତ ଏମାର୍ଜେନ୍ସି ଘୋଷଣା କରିଥିଲା।
୬- ହମାସ୍ ମୁଖ୍ୟ ୟାହ୍ୟା ସିନଓ୍ବାର ନିପାତ.... ଇସ୍ରାଏଲ ଡିଫେନ୍ସ ଫୋର୍ସର ଘନଘନ ଆକ୍ରମଣରେ ହୋଇଛି ମୃତ୍ୟୁ ...ଯୁଦ୍ଧର ସମାପ୍ତି ନୁହଁ, ବରଂ ଶେଷର ଆରମ୍ଭ ବୋଲି କହିଲେ ଇସ୍ରାଏଲ ପିଏମ୍... ତୁରନ୍ତ ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ଦେଲେ ଚେତାବନୀ
୭- ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ...ମୁମ୍ବାଇ ଟ୍ରାଫିକ୍ ପୋଲିସର ହ୍ବାଟସ୍ଆପ୍ ନମ୍ବରରେ ଧମକପୂର୍ଣ୍ଣ ମେସେଜ୍...ସଲମାନଙ୍କ ଠାରୁ 5 କୋଟି ଟଙ୍କା କରାଯାଇଛି ଦାବି...ଟଙ୍କା ନ ମିଳିଲେ ବାବା ସିଦ୍ଦିକି ଅବସ୍ଥା ଠାରୁ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ
୮- ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇଡିର ପଚରାଉଚରା.....ମହାଦେବ ବେଟିଂ ଆପ୍ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ କରିବା ମାମଲାରେ ଅଭିନେତ୍ରୀଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି
୯- ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ.....ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୪୬ ରନରେ ଅଲଆଉଟ୍.....ଏହା ଭାରତର ସର୍ବକାଳୀନ ତୃତୀୟ ସର୍ବନିମ୍ନ ସ୍କୋର.....ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ ହେନେରୀ ୫ଟି ଓ୍ୱିକେଟ୍ ନେଇଛନ୍ତି
୧୦- ଓଡ଼ିଶାକୁ ଅଛି କି ବାତ୍ୟା ଆଶଙ୍କା.... ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ...୨୨ରେ ନେବ ଲଘୁଚାପର ରୂପ...ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା...IMD ଡିଜି କହିଲେ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ...କେବଳ ଏକ ଳଘୁଚାପ କ୍ଷେତ୍ର ଓ ଅବପାତର ପୂର୍ବାନୁମାନ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର