ଘର
ଓଡ଼ିଶା
ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ
ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ
by Banajyotshna Ray
ଅର୍ଗସ ବ୍ୟୁରୋ: ୨୪ ବର୍ଷର ସ୍ଥିର ସରକାରର ପୁରୁଷାର୍ଥ ଉପରେ ପ୍ରଶ୍ନ । ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ । ଘରର ଦୁଇ ଭେଣ୍ଡିଆ ପୁଅକୁ ହରାଇଲେ ପରିବାର ଲୋକେ । ଜଣଙ୍କର ରାୟଗଡ଼ା ମେଡିକାଲ ଓ ଅନ୍ୟ ଜଣଙ୍କର ମୋହନା ମେଡିକାଲରେ ମୃତ୍ୟୁ ହୋଇଛି । କାମ ଧନ୍ଦା ନ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରର ବିଶାଖାପାଟଣା ଯାଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରୀ ପଞ୍ଚାୟତ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ବର ମାଝି । ବିଶାଖାପାଟଣା ନିକଟ ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ ।
ସେଠାରେ କିଛି ଦିନ ହେବ ଦେହ ଅସୁସ୍ଥ ହୋଇପଡ଼ିଥିଲେ । କିନ୍ତୁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଚିକିତ୍ସା ନ କରିବାକୁ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ ଯାଇଥିଲା । ଧାର ଉଧାର କରି ଘରକୁ ଆସି ଏଠାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ବେଳେ, ରବିବାର ରାତିରେ ମହେଶ୍ବରଙ୍କ ମୃତ୍ୟୁ ହୋଇଛି । ସବୁଠୁ ସ୍ପର୍ଶକାତର ଘଟଣା ହେଉଛି, ଉଭୟ ଦାଦନ ନାବାଳକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: