ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ୱାଭାବିକ ହେବ । ଏହି ସମୟରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ । ଅନଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗରେ ସେଭଳି ଅସୁବିଧା ହୋଇନପାରେ । ଏଟିଏମରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର କମ ଆଶଙ୍କା ରହିଛି ।
ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ଲକ୍ଷ କର୍ମଚାରୀ ସାମିଲ ହେବେ । ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବ । ଓଡ଼ିଶାରେ ୩୦ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ ।