ଗତକାଲି ଟେମେରା ଗାଁର ୪ ଜଣ ନାବାଳିକା ଗାଁ ନିକଟ ମଙ୍ଗିଆଗୁଡା ଗାଁକୁ ଏକ ଜମିରୁ ଶାଗ ତୋଳିବାକୁ ଯାଇଥିଲେ । ଶାଗ ତୋଳିବା ସମୟରେ ଘଡଘଡି ବିଜୁଳି ସହ ବର୍ଷା ହୋଇଥିଲା ଏବଂ ଜମି ନିକଟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଘଟଣା ସ୍ଥଳରେ ତିନିଜଣ ନାବାଳିକା ଝିଅ ଗୁରୁତର ଆହତ ହୋଇଥିବାବଳେ ସମସ୍ତଙ୍କୁ ତୁରନ୍ତ କୋଷାଗୁମୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲ । ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି ।
ବଜ୍ରପାତ ନେଲା ୨ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମଙ୍ଗିଆଗୁଡା ଗାଁ ନିକଟରେ ବଜ୍ରପାତରେ ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ହେଲେ ନିକଟସ୍ଥ ଟେମରା ଗାଁର ଉର୍ମିଳା ଭତ୍ରା ଏବଂ ହୀରାଦେଇ ଭତ୍ରା ।
୨୫ରୁ ଉର୍ଦ୍ଧ୍ୱ ଗାଁ ଜଳ ବନ୍ଦୀ

ଭଦ୍ରକ : ଭଦ୍ରକ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବା ବେଳେ, ବର୍ତ୍ତମାନ 18.10 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବୈତରଣୀ, ସାଳନ୍ଦୀ ଓ ଶାଖା ନଦୀରେ ବନ୍ୟା ଆସିବା ଯୋଗୁଁ ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି।
25 ର
Download Argus News App
