ବୌଦ୍ଧ ଖୁଣ୍ଟବନ୍ଧ ପଞ୍ଚାୟତର ବେନ୍ଦିରିପାଲି ଓ ସରଧାପୁର। ଗାଁରେ ପ୍ରାୟ 200 ପରିବାର ବସବାସ କରନ୍ତି । ମହାନଦୀ କୂଳରେ ଅବସ୍ଥିତ ଏହି 2ଟି ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇଛି । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଁ ଠାରୁ ମାତ୍ର 3 କିଲୋମିଟର ଦୂରରେ ଥିବା ମହାନଦୀ କୂଳରେ ନିର୍ମାଣ ହୋଇଛି ମେଗା ପାନୀୟଜଳ ପ୍ରକଳ୍ପ ।
କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଦୁଇ ଗାଁକୁ ପାଣି ପାଇପ ପକାଯାଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହେଉନାହିଁ । ଜଳ ଯୋଗାଣ ପାଇଁ ଗାଁରେ ନଳକୂପ ଅଛି ମାତ୍ର। ଜଳସ୍ତର ହ୍ରାସ ଯୋଗୁଁ ସେଗୁଡିକ ପ୍ରାୟ ଅଚଳ ଅବସ୍ଥାରେ ପଡି ରହିଛି । ରାଜ୍ୟ ସରକାର ବସୁଧା ଯୋଜନାରେ ଘରକୁ ଘର ଜଳ ଯୋଗାଣ ହେଉଥିବା କହି ବାହାବାହି ନେଉଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିରେ ପାଣି ପାଇଂ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଏ ହେଉଛି ୨୪ ବର୍ଷର ସ୍ଥିର ସରକାରଙ୍କ ପ୍ରତାରଣା।
ଅଧିକ ପଢନ୍ତୁ ଓଡ଼ିଶା ଖବର