ପାଇଖାନା ଟାଙ୍କିରେ ପଶି କାମ କରିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉଭୟ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ଅନୁଗୁଳ କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି ।
ପାଇଖାନା ଟାଙ୍କିରେ ପଶି କାମ କରିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉଭୟ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କ୍ରିକେଟର କିଙ୍ଗ ମହେନ୍ଦ୍ର ସିଂ ଧୋନୀ। ସେ ପଡ଼ିଆ ଭିତରେ ହେଉ ଅବା ବାହାରେ। ସବୁଠି ଥାଲାଙ୍କୁ ନେଇ ଚର୍ଚ୍ଚା। ସେଇଥିପାଇଁ ତ ସେ କ୍ୟାପଟେନ କୁଲ। ଯେତେ ଚର୍ଚ୍ଚା ହେଲେ ବି ସେ silent. କିନ୍ତୁ ଏଥର ଚର୍ଚ୍ଚା ଧୋନୀ କୁଆଡେ ଜାଣି ନାହାନ୍ତି କ୍ରିକେଟ ନିୟମ ବୋଲି କହିଛନ୍ତି ପତ୍ନୀ ସାକ୍ଷୀ। ଖବର ଭିତରକୁ ଗଲେ ଆପଣ ସବୁକଥା ଆପେ ଆପେ ଜାଣିପାରିବେ।
କ୍ରିକେଟର ଷ୍ଟମ୍ପ ପଛରେ ରହି ଯିଏ ପ୍ରତିପକ୍ଷ ବ୍ୟାଟରଙ୍କୁ ସହଜରେ ଆଉଟ କରିଦିଅନ୍ତି ଯାହାଙ୍କ ହେଲିକପ୍ଟର ସଟ ଦେଖିବାକୁ ଫ୍ୟାନ ପାଗଳ ହୁଅନ୍ତି ଚର୍ଚ୍ଚିତ ଏହି କ୍ରିକେଟର ଜଣକ କ୍ରିକେଟ ନିୟମ ଜାଣି ନ ଥିବେ। ଏକଥା ଆପଣଙ୍କର ହଜମ ହେଉ ନ ଥିବ ନିଶ୍ଚୟ। ଏକଥା ଆମେ କହୁନୁ। ଏକଥା କହିଛନ୍ତି ଖୋଦ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ। ଘଟଣାଟି ଥିଲା ଏମିତି। ଧୋନୀ ସାକ୍ଷୀ ଗୋଟିଏ ଦିନ ଘରେ ବସି ଓ୍ବାନ ଡେ' ମ୍ୟାଚ ଦେଖୁଥିଲେ। ସେହି ମ୍ୟାଚରେ ବୋଲର ବଲ ପକାଇଲେ ଏହା ଓ୍ବାଇଡ ଥିଲା, ବ୍ୟାଟର ଷ୍ଟେପ ଆଉଟ କରି ମାରିବାକୁ ଚେଷ୍ଟା କରୁଥିବାବେଳେ ଷ୍ଟମ୍ପିଂ ହୋଇଯାଇଥିଲେ। ଅମ୍ପାୟାର ରିଭ୍ୟୁ ନେବାସହ ନିଷ୍ପତ୍ତି ଛାଡ଼ିଥିଲେ ଥାର୍ଡ ଅମ୍ପାୟାରଙ୍କ ଉପରେ।
କିନ୍ତୁ ସାକ୍ଷୀ ସେହି ସମୟରେ କହିଥିଲେ ଆଉଟ ନୁହେଁ ବୋଲି। ସେ not out କହିବା ପୂର୍ବରୁ ବ୍ୟାଟ୍ସମ୍ୟାନ ପାଭିଲିୟନ ଆଡ଼କୁ ଯିବା ଆରମ୍ଭ କରିଥିଲେ। ଏହାଦେଖି ତୁରନ୍ତ ସାକ୍ଷୀ କହିଥିଲେ ୱାଇଡ ବଲରେ ଷ୍ଟମ୍ପିଂ ହୋଇ ନଥାଏ। ମୁଁ କହିଥିଲି ୱାଇଡ ବଲରେ ଷ୍ଟମିଂ ହୋଇଥାଏ। ନୋ ବଲରେ ହୋଇ ନଥାଏ। ଏହାର ଜବାବରେ ସେ ମୋତେ କହିଥିଲେ ଯେ “ତୁମକୁ କିଛି ଜଣା ନାହିଁ। ତୁମେ ଅପେକ୍ଷା କର, ତୃତୀୟ ଅମ୍ପାୟାର ବ୍ୟାଟରଙ୍କୁ ଡାକିବେ।”
ମାତ୍ର ଶେଷରେ ଅମ୍ପାୟାର ସେହି ଖେଳାଳିଙ୍କୁ ଆଉଟ ଦେଇଥିଲେ। କିନ୍ତୁ ସାକ୍ଷୀ ନିଜ ଭୁଲ ମାନିବାକୁ ରାଜି ନ ଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ପ୍ରଶଂସକ ବେଶ ହସିଥିଲେ।
ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଏବେ ବି ଆଇପିଏଲରେ ଧୋନୀଙ୍କ ଧମାକା ଦେଖିବାକୁ ମିଳୁଛି। ୨୦୨୫ ଆଇପିଏଲରେ ଧୋନୀ ନଜର ଆସନ୍ତୁ ବୋଲି ଆଶା ବାନ୍ଧିଛନ୍ତି ପ୍ରଶଂସକ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କା ଫି’ ଆକାରରେ ପ୍ରଦାନ କରାଯାଇଛି। ‘ଭୁଲ୍ ଭୁଲୈୟା ୨’ରେ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବା କାର୍ତ୍ତିକଙ୍କୁ ୧୫ କୋଟି ଟଙ୍କା ଫି’ ଭାବେ ମିଳିଥିଲା। ତେବେ କାର୍ତ୍ତିକଙ୍କ ଫି’ ଏବେ ୨୩୩% ବୃଦ୍ଧି ପାଇଛି। ୨୦୨୨ରେ ରିଲିଜ୍ ହୋଇଥିବା ‘ଭୁଲ୍ ଭୁଲୈୟା ୨’ରେ କାର୍ତ୍ତିକଙ୍କ ସହ ଅଭିନେତ୍ରୀ କିଆରା ଆଡ଼ଭାନୀ ଏବଂ ତବୁ ନଜରକୁ ଆସିଥିଲେ। ଅଭିନେତ୍ରୀ ବିଦ୍ୟା ବାଲାନ୍ ମୂଳ ‘ଭୁଲ୍ ଭୁଲୈୟା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ଫିଲ୍ମର ତୃତୀୟ ସିକ୍ୱେଲ ‘ଭୁଲ୍ ଭୁଲୈୟା ୩’ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ବିଦ୍ୟା ପୁଣି ଥରେ ତାଙ୍କ ଆଇକନିକ୍ ମଞ୍ଜୁଲିକା ଚରିତ୍ରରେ ନଜରକୁ ଆସିବେ। ରିପୋର୍ଟ ଅନୁଯାୟୀ, ବିଦ୍ୟାଙ୍କୁ ଏହି ଫିଲ୍ମ ପାଇଁ ୧୦ କୋଟି ଟଙ୍କାର ଫି’ ପ୍ରଦାନ କରାଯାଇଛି।
ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ‘ଭୁଲ୍ ଭୁଲୈୟା ୩’ରେ ଦେଖିବାକୁ ମିଳିବ। ମାଧୁରୀଙ୍କୁ ଫିଲ୍ମ ପାଇଁ ପ୍ରାୟ ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ପ୍ରତି ବିଦ୍ୟା ଏବଂ ମାଧୁରୀଙ୍କ ଯୋଡ଼ିର ‘ଆମି ଜେ ତୋମାର’ ଗୀତ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ତେବେ ‘ଭୁଲ୍ ଭୁଲୈୟା ୩’ ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କୁ କାର୍ତ୍ତିକଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ତୃପ୍ତିଙ୍କୁ ତାଙ୍କ ଭୂମିକା ପାଇଁ ୮୦ ଲକ୍ଷ ଟଙ୍କା ଫି’ ଆକାରରେ ଦିଆଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର