ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ଭାରତରେ ବ୍ରେନ୍ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ଭୟଙ୍କର ଭାବରେ ବଢିବାରେ ଲାଗିଛି । ଖାସ କରି ଗତ ୧୦ ବର୍ଷ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ମାମଲା ୨୦ ପ୍ରତିଶତ ବୃଦ୍ଧି ପାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଯୁବପିଢିଙ୍କୁ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ୟଙ୍ଗ-ଆନସେଟ୍ ଷ୍ଟ୍ରୋକ୍ କୁହାଯାଏ । ଯେଉଁଥିରେ ୪୫ ବର୍ଷରୁ କମ୍ ଲୋକ ଷ୍ଟ୍ରୋକ୍ରେ ପୀଡିତ ହେଉଛନ୍ତି । ୟଙ୍ଗ-ଅନ୍ ଷ୍ଟ୍ରୋକ୍ ସମସ୍ତ ଷ୍ଟ୍ରୋକ୍ ମାମଲାର ପ୍ରାୟ ୧୦ ରୁ ୧୫% ଅଟେ । ତେବେ କାହିଁକି ଏ ରୋଗର ସଂଖ୍ୟା ବଢୁଛି ତାହାକୁ ନେଇ ବିଶେଷଜ୍ଞ କହୁଛନ୍ତି ଜୀବନଶୈଳୀରେ ପରିବର୍ତ୍ତନ ହେବା ଯୋଗୁଁ ଏହା ବଢିବାରେ ଲାଗିଛି ।
ଆଜିକାଲି ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା, ସକାଳୁ ଡେରିରେ ଉଠିବ ସହ ବ୍ରେକ୍ ଫାଷ୍ଟ ସ୍କିପ୍ ଆଦି ଅନେକ କାରଣ ରହିଛି । କେବଳ ଏତିକି ନୁହେଁ ବରଂ ଅତ୍ୟଧିକ ନିଶା ସେବନ ଏହାର ମୁଖ୍ୟ କାରଣ । ଏ ସବୁ କରିବା ଦ୍ଵାରା ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହାସହ ଯୁବପିଢିଙ୍କ କ୍ଷେତ୍ରରେ ଦେଖାଦେଉଥିବା ଷ୍ଟ୍ରୋକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଜମାଟ ବାନ୍ଧିବା ଏବଂ ଆଣ୍ଟି-କ୍ଲୋଟିଂ ମେକାନିଜିମ୍, ଯାହା ହାଇପରକୋଗୁଲେବଲ୍ ସ୍ଥିତିକୁ ନେଇଥାଏ । ଯେଉଁଠାରେ ରକ୍ତରେ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ। । ଯେତେବେଳେ ମସ୍ତିଷ୍କର ଶିରାରେ ରକ୍ତ ଜମାଟ ସୃଷ୍ଟି ହୁଏ, ଏହା ଷ୍ଟ୍ରୋକ୍ ହୁଏ ।
ଷ୍ଟ୍ରୋକକୁ ନେଇ ଏବେ ସମସ୍ତେ ଚିନ୍ତିତ ଓ ଭୟଭୀୟ ମଧ୍ୟ । କାରଣ ଇଏ ଏମିତି ଏକ ରୋଗ ଯେଉଁଥିଲେ ତତ୍କ୍ଷଣାତ୍ ରୋଗୀର ଜୀବନ ବି ଯାଇପାରେ । ଷ୍ଟ୍ରୋକ ହେବା ପୂର୍ବରୁ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ମୁଣ୍ଡ ବୁଲାଇବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଏହାରି ଲକ୍ଷଣ ହୋଇପାରେ । ଯଦି ଏମିତି ହେଉଛି ତେବେ ଆଦୌ ଡେରି ନକରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ବିଶେଷଜ୍ଞ କହିଛନ୍ତି । ଏମିତିକି ସଠିକ୍ ସମୟରେ ଚିକିତ୍ସା ହେଲେ ଷ୍ଟ୍ରୋକରୁ ରକ୍ଷା ପାଇପାରିବେ ବୋଲି କୁହାଯାଉଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଷ୍ଟ୍ରୋକ୍ ରୋକିବା ପାଇଁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ଜରୁରୀ । ଏହାସହ ସଠିକ୍ ଜୀବନ ଶୈଳୀ ଷ୍ଟ୍ରୋକକୁ ରୋକିପାରିବ ।