ପିଅନ ବେଣୁଧର ବିଶ୍ବାଳ ଓ HR ପର୍ଶୁରାମ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ତଳିଆ କମଚାରୀଙ୍କୁ ନିଲମ୍ବନ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି କି ଜନସ୍ବାସ୍ଥ୍ୟ ବିଭାଗ ? ସେପଟେ ଜିଲ୍ଲା ପ୍ରଶାସନ ଝାଡାବାନ୍ତିରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ ବୋଲି ସଫେଇ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜନସ୍ଵାସ୍ଥ୍ୟ ବିଭାଗ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଇଥିବା ଅଭିଯୋଗ ହୋଇଛି ।
ପିଅନ ବେଣୁଧର ବିଶ୍ବାଳ ଓ HR ପର୍ଶୁରାମ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ତଳିଆ କମଚାରୀଙ୍କୁ ନିଲମ୍ବନ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି କି ଜନସ୍ବାସ୍ଥ୍ୟ ବିଭାଗ ? ସେପଟେ ଜିଲ୍ଲା ପ୍ରଶାସନ ଝାଡାବାନ୍ତିରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ ବୋଲି ସଫେଇ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ମଦ୍ୟପ ଯୁବକଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ବାଙ୍କୀ ଥାନା ସାହାଡ଼ାପଦା ଗାଁରେ ଶିଲୁ ସ୍ୱାଇଁ ନାମକ ଯୁବକ ସେହି ଗାଁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବାଙ୍କୀ ଡ଼ାକ୍ତର ଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଶିଲୁ ସ୍ୱାଇଁ ନାଁରେ ମଦ୍ୟ ପାନ କରି ଗାଳି ଗୁଲଜ କରିବା ସହିତ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।
ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନେ ନେଇ ନଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠିଯିବାକୁ ଧମକ ଦେଉଛନ୍ତି ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା । ସେପଟେ ଅଭିଯୁକ୍ତ ଶିଲୁ ସ୍ବାଇଁଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର