ଅର୍ଗସ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ 1 ତାରିଖରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଏ । ପ୍ରଥମ ଥର ପାଇଁ 1889ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆମେରିକାର ଚିକୋଗୋ ସହରରୁ ଏହି ଦିନ ପାଳନ କରିବାର ଢାଞ୍ଚା ଆରମ୍ଭ ହୋଇଥିଲା । ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାରେ ପ୍ରଦର୍ଶନ କରିଥିଲେ ।
ଶ୍ରମିକମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସାରା ବିଶ୍ୱରେ ପ୍ରତିବର୍ଷ ଶ୍ରମିକ ଦିବସ(Labour Day) ପାଳନ କରାଯାଇଥାଏ । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।
ଦେଶର ବିକାଶରେ ଏମାନଙ୍କର ଭୂମିକା ଢେର ଅଧିକ । ଯେକୌଣିସ ଏକ କାର୍ଯ୍ୟକୁ ଶିଖରରେ ପହଞ୍ଚାଇବା ପାଇଁ ଶ୍ରମିକମାନଙ୍କ ଅବଦାନ, କଠିନ ପରିଶ୍ରମ ରହିଥାଏ ।