
ଗଜପତି: ଗଜପତିରେ ୨୧ ଦିନିଆ କ୍ୱାରେଣ୍ଟିନ । ଏହା ପୂର୍ବରୁ 14 ଦିନିଆ ହୋଇଥିବାବେଳେ ବର୍ତ୍ତମାନ ଏହାକୁ 21 ଦିନିଆ କରାଯାଇଛି । ଅନ୍ୟପଟେ ଗଜପତି ଜିଲ୍ଲା ୩ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ୍ କଟକଣା ଲାଗୁ ହୋଇଥିବା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଯାଂଚ କରିବା ସହ ଏବଂ କଟକଣାକୁ ମାନିବାକୁ ଲୋକମାନଙ୍କୁ ସତର୍କ କରୁଛି ପୋଲିସ୍ ।
କେବଳ କ୍ଷୀର ଓ ଔଷଧ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଂଟିନ ଅବଧିକୁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ । ଫେରୁଥିବା ପ୍ରବାସୀମାନେ କ୍ୱାରେଂଟିନ ସେଂଟରରେ ୧୪ ଦିନ ପରିବର୍ତେ ୨୧ ଦିନ ରଖିବାକୁ ନିଷ୍ପତି ନେଇଛନ୍ତି । ସଂଗରୋଧ କେନ୍ଦ୍ରରୁ ଯିବା ପରେ ପ୍ରବାସୀ ଶ୍ରମିକମାନେ ହୋମ କ୍ୱାରେଂଟିନ ନିୟମ ମାନୁନଥିବାରୁ ଓ ପରେ ସେମାନେ କୋଭିଡ୍ ଚିହ୍ନଟ ହେଉଥିବାର ମାମଲା ସାମନାକୁ ଆସିବା ପରେ ଗୋଷ୍ଠି ସଂକ୍ରମଣ ରୋକିବା ଉଦେଶ୍ୟରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିବା କୁହାଯାଉଛି । ରାଜ୍ୟରେ ଯେଉଁଭଳି ଭାବରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।
