କାନ୍ଥ ଉପରେ ଲେଖା ହୋଇଛି ବସୁଧା ଯୋଜନା। ସମସ୍ତରଙ୍କ ଘରକୁ ପାଣି । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ନା ଅଛି ଓଭରହେଡ ଟ୍ୟାଙ୍କ, ନା ଗାଁରେ ପଡିଛି ପାଇପ। କିଛି ବର୍ଷ ଆଗରୁ ଜଳ ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଉଥିବାବେଳେ ଅଧାରେ କାମ ଛାଡି ଠିକାଦାର ଫେରାର ମାରିଛି। କେବଳ ପିଲର ନିର୍ମାଣ କରି ସରକାର ଚୁପ । ଗାଁରେ ନଳକୁପ ଯାହା ଅଛି ସେଥିରୁ ଖାଇବା ଯୋଗ୍ୟ ପାଣି ବାହାରୁ ନାହିଁ । ଏହାକୁ ନେଇ ଜିଲ୍ଲାପାଳ ଅଫିସ ଆଗରେ ଭିଡ ଜମାଇଛନ୍ତି ଶହ ଶହ ମହିଳା । ହକ ପାଇଁ ଜିଲ୍ଲାପାଳଙ୍କୁ ମହିଳାମାନେ ଚେତାବନୀ ଦେଉଛନ୍ତି । ତୁରନ୍ତ ଗାଁକୁ ପାଣି ଯୋଗାଇ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନର ଧମକ ମଧ୍ୟ ଦେଇଛନ୍ତି ମହିଳାମାନେ । ଅପରପକ୍ଷରେ ଗାଁକୁ ମେଗା ଉଠା ଜଳ ସେଚନରୁ କମ ଦିନ ଭିତରେ ପାଣି ଦିଆଯିବ ବୋଲି କହିଛନ୍ତି ଉଲୁଣ୍ଡା ବ୍ଲକ ଜଳ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର