ଦେହର ଜାମାକୁ ଯେଭଳି ଛୁରୀ ଲଗେଇ କଚ୍ କଚ୍ କରି କାଟି ଦିଆଯାଉଛି। ଜାମା କଟିଯିବା ପରେ କପଡା ଉତାରି ଛୁଆଟାର ଯେପରି ପ୍ରାଣ ରକ୍ଷା କରିବାକୁ ଉଦ୍ୟମ ହେଉଛି ତାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।
ଘଟଣା ହେଉଛି କେନ୍ଦୁଝର ଜିଲ୍ଲାର। ବାମେବାରୀ ଥାନା କନକନାର। ଆଜି ସକାଳେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ରାସ୍ତା କାମ ପାଇଁ ରହିଥିବା ପିଚୁ କଡ଼େଇରେ ଖେଳୁ ଖେଳୁ ଅଜାଣତରେ ଖସିପଡିଥିଲେ ୩ ଶିଶୁ। ହେଲେ କଡେଇରେ ପଡିବା ପରେ ସେଥିରୁ ଉଠିବା ତାଙ୍କ ପାଇଁ କଷ୍ଟକର ଥିଲା। ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଏକାଠି ହୋଇ ଛୁଆଗୁଡାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ।
ଆଉ ଆପଣ ଯାହା ପଢିଲେ, ତାହା ହେଉଛି ସେହି ଉଦ୍ଧାର ବେଳର କଥା। ସୌଭାଗ୍ୟକୁ ୩ ତିନିଟା ଶିଶୁ ଆଜି ମରଣ ମୁହଁରୁ ବର୍ତ୍ତିଛନ୍ତି। ଅସୁସ୍ଥ ଅବସ୍ଥାରେ ସମାନଙ୍କୁ ବାମେବାରୀ ଡଠାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ଶିଘ୍ର ସୁସ୍ଥ ହେବେ ବୋଲି କହିଛନ୍ତି ଡାକ୍ତର।