ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ବ୍ରହ୍ମପୁରରେ ସିଲ୍ ହେଲା ୩ଟି ମନ୍ଦିର
ବ୍ରହ୍ମପୁର : କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁରରେ ସିଲ ହେଲା ତିନୋଟି ମନ୍ଦିର । ବ୍ରହ୍ମପୁର ମହାନଗର ନିଗମ ଓ ଉପଜିଲ୍ଲାପାଳ ପ୍ରଶାସନ ବିଭିନ୍ନ ମନ୍ଦିର ଉପରେ ଚଢ଼ାଉ କରି ଏହି ସବୁ ମନ୍ଦିର ସିଲ କରିଛନ୍ତି। ବିଜିପୁର ନିକଟସ୍ଥ କାଳି ମନ୍ଦିରରେ ଶତାଧିକ ଲୋକ ସମାଗମ ହୋଇଥିବା ବେଳେ କୋଭିଡ଼ ନିୟମ ଭଙ୍ଗ କରି ପୂଜା କରୁଥିଲେ । ତେବେ ପ୍ରଶାସନ ଖବର ପାଇବା କ୍ଷଣି ମନ୍ଦିର ସିଲ କରିଛି । ବିଜିପୁର ଠାକୁରାଣୀ ମନ୍ଦିର, ଗଣେଶ ମନ୍ଦିରକୁ ମଧ୍ୟ ସିଲ କରାଯାଇଛି। ନବରାତ୍ର ପୂଜାର ୯ ଦିନ ଯାଏଁ ଏହି ମନ୍ଦିର ଗୁଡିକ ବନ୍ଦ ରହିବ ଓ ପରେ ସେମାନଙ୍କୁ ଚାବି ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
Download Argus News App
