ଘର
ଓଡ଼ିଶା
ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର
ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର
by Swayangprajna Mishra
NEWS HIGHLIGHTS
- ଦେବଗଡ଼କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ 40 କୋଟି ଟଙ୍କା ପ୍ରକଳ୍ପର ଉପହାର
- 4 କୋଟି 12 ଲକ୍ଷର ଦୁଗ୍ଧ ଶୀତଳିକରଣ ପ୍ରକଳ୍ପର କଲେ ଉଦଘାଟନ
- ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ର କଲେ ଶୁଭାରମ୍ଭ
- ଅଞ୍ଚଳବାସୀଙ୍କୁ ମାଗଣାରେ କିଡ଼ନୀ ସମ୍ବନ୍ଧୀୟ ରୋଗର ଚିକିତ୍ସା ସେବା
ଅର୍ଗସ ବ୍ୟୁରୋ : ଓଡିଶାକୁ ଧର୍ମେନ୍ଦ୍ରଙ୍କ ୪୦ କୋଟିର ଉପହାର । ଓଡ଼ିଶା ଗସ୍ତର ତୃତୀୟ ଦିନରେ ଦେବଗଡ଼କୁ ଧୋବୋଲିପଥର ଦୁଗ୍ଧ ଶୀତଳିକରଣ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଟ ୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଦୁଗ୍ଧ ଶୀତଳିକରଣ ଦେବଗଡ଼ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ । ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ । ଆଗାମୀ ଦିନରେ ସମ୍ବଲପୁର ଗୋଶାଳା ସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ ।ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ଦ୍ବାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ ।ଭାଷାଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ପୁଣ୍ୟତିଥିରେ ଦେବଗଡ଼ରେ ଅନେକ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡିଶା ଖବର
ସେହିପରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଣିକି ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ଦ୍ବାରା କୀଡନି ସମ୍ବନ୍ଧୀୟ ରୋଗୀଙ୍କୁ ଆଉ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡ଼ିବ ନାହିଁ । ଏଠାରେ ମାଗଣାରେ କିଡ଼ନୀ ରୋଗର ଚିକିତ୍ସା ପାଇବା ସହ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଏହାଦ୍ବାରା ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ଉପକୃତ ହେବେ ।
ଏହା ପୂର୍ବରୁ ରେଢ଼ାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ଦେବଗଡ଼ ଜିଲ୍ଲାର ତାରଙ୍ଗଠାରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଓ ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରୀଙ୍କ ସହ ‘ମା ପାଇଁ ଗଛଟିଏ’ ଅଭିଯାନରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଜୀବନୀ ଶ୍ରୀକ୍ଷେତ୍ର ସିନ୍ଦୁରକଲି ସେବାଶ୍ରମରେ ପୂଜ୍ୟ ସାଧୁଙ୍କ ସାନ୍ନିଧ୍ୟ ନେଇଥିଲେ ଧର୍ମେନ୍ଦ୍ର ।ଏଥିସହ ରେଢ଼ାଖୋଲ ଠାରେ ମା'ମାନେ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଜଳଖିଆ ଖାଇ ସେମାନଙ୍କ ଆତିଥ୍ୟର ଆନନ୍ଦ ଉଠାଇଥିଲେ ।