ଅଧିକ ପଢନ୍ତୁ ଓଡିଶା ଖବର
ଝରିଗାଁ ବିଧାୟକ ନରସିଂହ ଭତ୍ରl ଯୋଗ ଦେଇ ପୂର୍ବ ଦିନରେ ଗୋବର ବ୍ୟବହାର କରି ଚାଷ କରା ଯାଉ ଥିଲା କିନ୍ତୁ ବର୍ତ୍ତମାନ ଚାଷ ରେ ବହୁଳ ପରିମାଣ ର ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟି ପାଣି ଓ ଜଳବାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ତେଣୁ ଚାଷୀ ମାନେ ଖାଦ୍ୟ ଉପଯୋଗୀ ଫସଲ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ l ପ୍ରୋଟିନ ଯୁକ୍ତ ମକା ଚାଷ ନବରଙ୍ଗପୁର ପାଇଁ ଗୌରବ ଆଣିପାରିବ ବୋଲି ବିଧାୟକ କହିଥିଲେ l ଭାରତୀୟ ମକା ଅନୁସନ୍ଧାନ ସଂସ୍ଥାନ ର ବୈଜ୍ଞାନିକ ଡକ୍ଟର ରୋମେନ୍ ଶର୍ମା ଉପସ୍ଥିତ ରହି ପ୍ରୋଟିନ ମକା ଚାଷ ଓ ମକା ରୁ 100 ରୁ ଉର୍ଦ୍ଧ୍ବ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ ତେଣୁ ଚାଷୀ ମାନେ ଚାଷ ସହ ଛୋଟ ଛୋଟ ଉଦ୍ୟୋଗ କରିପାରିବେ ବୋଲି ଡକ୍ଟର ଶର୍ମା କହି ଥିଲେ l
ଭାରତୀୟ ମକା ଅନୁସନ୍ଧାନ ସଂସ୍ଥାନ ର ବୈଜ୍ଞାନିକ ଡକ୍ଟର ଆଲୋକ ସାହୁ ପ୍ରୋଟିନ ମକା ଚାଷ ର କୌଶଳ ଓ ବିଭିନ୍ନ ଦିଗ ସଂପର୍କ ରେ ଆଲୋକପାତ କରି ଥିଲେ l
ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ ସ୍ବାଇଁ ଡିବିଟି କିସାନ୍ କାର୍ଯକ୍ରମ ମାଧ୍ୟମରେ ମାତ୍ରାଧିକ ପ୍ରୋଟିନ ଯୁକ୍ତ ଧାନ ଓ ମକା ଚାଷ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ରେ ଆରମ୍ଭ କରାଯାଇଛି, ଏହି ମକା ଓ ଧାନ ବ୍ୟବହାର ଦ୍ବାରା ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ କୁପୋଷଣ ଦୂର କରିବାରେ ସହା ୟକ୍ ହୋଇପାରିବ ବୋଲି କହିଥିଲେ l ଓରମାସ ର ଯୁଗ୍ମ କାର୍ଯନିର୍ବାହୀ ଏ ଉମା ମହେଶ ମୁଖ୍ୟ ମନ୍ତ୍ରୀ ମକା ମିଶନ୍ ଜରିଆରେ କାର୍ଯ୍ୟକାରୀ ବିଭିନ୍ନ ପଦକ୍ଷେପ ସମ୍ପର୍କ ରେ କହିବl ସହ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଦିଗରେ ଓର ମାସ ଖୁବ୍ ଶୀଘ୍ର ଆରମ୍ଭ କରିବ ବୋଲି କହି ଥିଲେ l
ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ ନିର୍ବାହୀ ଯଦୁମଣୀ ନାୟକ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ କରୁଛି ,ଏହି ପ୍ରୟାସ ଚାଷୀ ମାନଙ୍କୁ ଅଧିକ ପ୍ରେରଣl ଯୋଗାଇ ଦେବ ବୋଲି କହି ଥିଲେ l ବିଜ୍ଞାନ ସଂଚାରକ୍ ଲକ୍ଷ୍ମୀ ନାରାୟଣ ବକ୍ସି ଙ୍କ ଏହି କାର୍ଯ୍ୟକ୍ରମ କୁ ପରିଚଳନ l କରି ଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନ ର ସୂଚନା ଅଧିକାରୀ ଧନ୍ଦ୍ୟବlଦ ଅର୍ପଣ କରିଥିଲେ l 100 ଏକର ମକା ବିହନ ଚାଷିମାନଙ୍କୁ ପ୍ରଦାନ କରା ଯାଇ ଥିଲା l ନବରଙ୍ଗ ପୁର ଓ କୋରାପୁଟ ଜିଲ୍ଲାର 100 ଜଣ ଚାଷୀ ଉପସ୍ଥିତ ଥିଲେ l