ବିସିସିଆଇର ସୂଚନା ଅନୁଯାୟୀ ଏହି ନିଲାମୀ ପ୍ରକ୍ରିୟା ପାଇଁ ୧୫୨୫ ମହିଳା କ୍ରିକେଟର ପଞ୍ଜିକରଣ କରିଥିଲେ । ଯେଉଁଥିରେ ୪୦୯ ମହିଳା କ୍ରିକେଟରଙ୍କୁ ନିଲାମୀ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏଥିରେ ୨୪୬ ଭାରତୀୟ ଖେଳାଳି ରହିଛନ୍ତି । ସେହିପରି ୧୬୩ ବିଦେଶୀ ମହିଳା କ୍ରିକେଟର ରହିଛନ୍ତି । ଏହା ସହିତ ୮ ଜଣ ପ୍ଲେୟାର ଏସୋସିଏଟ ଦେଶରୁ ରହିଛନ୍ତି ।
ମହିଳା ପ୍ରିମିୟର ଲିଗରେ ହେବାକୁ ଥିବା ପ୍ରଥମ ନିଲାମୀ ପ୍ରକ୍ରିୟାରେ ୨୦୨ କେପ୍ଡ ମହିଳା କ୍ରିକେଟର ସାମିଲ ହେବାକୁ ଥିବା ବେଳେ ୧୯୯ ଅନକେପ୍ଡ ମହିଳା କ୍ରିକେଟର ସାମିଲ ହେବେ । ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ୫ ଟି ଫ୍ରାଞ୍ଚାଇଜ ଅଂଶ ଗ୍ରହଣ କରିଛନ୍ତି । ଏହି ୫ ଟି ଦଳ ମଧ୍ୟରୁ ୯୦ ଟି ସ୍ଲଟ ଖାଲି ରହିଛି । ତେବେ ସର୍ଟଲିଷ୍ଟ ହୋଇଥିବା ୪୦୯ ଖେଳାଳିଙ୍କ ମଧ୍ୟରୁ ୯୦ ଜଣ ମହିଳା କ୍ରିକେଟର ନିଲାମ ହେବ । ଏଥିରେ ପ୍ରାୟ ୩୦ ସ୍ଲଟ ବିଦେଶୀ ଖେଳାଳି ନିଲାମ ହୋଇପାରିବେ ।ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ସର୍ବାଧିକ ବେସ ପ୍ରାଇସ ୫୦ ଲକ୍ଷ ରଖାଯାଇଛି । ଏହି ବର୍ଗରେ ୨୪ ଜଣ ମହିଳା କ୍ରିକେଟରଙ୍କୁ ରହିଛନ୍ତି । ଏହି ସ୍ଲଟରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ଏବଂ ଅଣ୍ଡର ୧୯ ଟି୨୦ ବିଶ୍ବକପ ବିଜେତା ଟିମର ଅଧିନାୟିକା ସେଫାଳି ବର୍ମା ରହିଛନ୍ତି । ଏହା ସହିତ ଏହି ବର୍ଗରେ ମଧ୍ୟ ୧୧ ଜଣ ଭାରତୀୟ ମହିଳା କ୍ରିକେଟରଙ୍କୁ ରଖାଯାଇଛି ।
ସେହିପରି ଏହି ବର୍ଗରେ ୧୩ ଜଣ ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ୩୦ ମହିଳା କ୍ରିକେଟରଙ୍କୁ ୪୦ ଲକ୍ଷ ବେସ୍ ପ୍ରାଇସରେ ରଖାଯାଇଛି । ଅନ୍ୟାନ୍ୟ ମହିଳା କ୍ରିକେଟରଙ୍କ ବେସ୍ ପ୍ରାଇସ ୩୦ ଲକ୍ଷ ରହିଛି ।ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଏନେଇ ଫେବୃଆରୀ ୧୩ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ପ୍ରଥମ ନିଲାମୀ ପ୍ରକ୍ରିୟା । WPL 2023 ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ ତାରିଖ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ ବିସିସିଆଇ ସୂଚନା ଦେଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୨୨ ଟି ମ୍ୟାଚ ଖେଳାଯିବ । ମହିଳା ପ୍ରିମିୟର ଲିଗର ସମସ୍ତ ମ୍ୟାଚ ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଏବଂ DY ପାଟିଲ ଷ୍ଟାଡିୟମରେ ଖେଳାଯିବ ।