ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ମୋଟ ୫୧ଟି ଚୋରା ବାଇକ ଜବତ କରାଯିବା ସହ ପାଞ୍ଚ ଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ନୟାଗଡ଼ ପୋଲିସ ଗିରଫ କରିବାରେ ସଫଳ ହୋଇଛି I ତେବେ ଗିରଫ ବାଇକ ଲୁଟେରା ମାନଙ୍କ ମଧ୍ୟରେ ପୁରୀର ମିଟୁ ଓରଫ ନିଲୁ ପଲେଈ, ନିଆଳି ଅଞ୍ଚଳର ବୁଲୁ ଓରଫ ଅନିଲ ସାହୁ,ଖୋର୍ଦ୍ଧାର ଧୁଷା ଓରଫ ଦୁଷ୍ମନ୍ତ ସାହୁ, ସଂଜୀବ ସାହୁ ଏବଂ ବୌଦ୍ଧର ଋତୁରାଜ ଦୀପ ନାମକ ପାଞ୍ଚ ଜଣ କୁଖ୍ୟାତ ବାଇକ ଲୁଟେରା ରହିଥିବା ସୂଚନା ମିଳିଛି I ତେବେ ସମସ୍ତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ନିଜର ଗାଡି କାଗଜପତ୍ର ଦେଖାଇ ସମସ୍ତ ଗାଡି ମାଲିକ ମାନେ ସେମାନଙ୍କର ବାଇକ ଥାନାରୁ ନେଇପାରିବେ ବୋଲି ନୟାଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି I
ଅପରାଧ ଖବର ଆହୁରି ପଢ଼ନ୍ତୁ ।