୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି । ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା । ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି । ଏହା ହେଉଛି ଏକ ଭାଇଟାଲ ଡିଫେକ୍ଟ । ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୂଲ୍ ସତ୍ୟପାଠ ପାଇଁ ଖାରଜ କରିଛନ୍ତି । ହେଲେ ବବିଙ୍କ କ୍ଷେତ୍ରରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛି ବିଜେପି ।
ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସମ୍ବଲପୁର ପରି ସଂସ୍କୃତି ସମ୍ପନ୍ନ ମାଟିରେ ଜଣେ ଯୁକ୍ତ ଦୁଇ ପାସ କରିଥିବା ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଏପରି ଭାବେ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ । ପରବର୍ତ୍ତୀ ସମୟରେ ଏହାର ଉଚିତ ଜବାବ ସମ୍ବଲପୁରବାସୀ ଦେବେ । ଯଦିଓ ଏହାକୁ ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ଫୋରମ୍ରେ ସେ ବାବଦରେ ଉପସ୍ଥାପନ କରାଯାଇପାରେ ବୋଲି କହିଛି ବିଜେପି ।