ସୂଚନା ମୁତାବକ ରାଣୀଗଞ୍ଜ ସ୍କୁଲର ଶିକ୍ଷୟତ୍ରୀ କୁମୁଦିନୀ ପଣ୍ଡା ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇ ଚାକିରି କରିଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇଲା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହା ଅସଲି କି ନକଲି ଜାଣିବା ପାଇଁ ବୋର୍ଡ ଅଫିସକୁ ଚିଠି କରିଥିଲା । ବୋର୍ଡ ଅଫିସରୁ ଚିଠି ଆସିବା ପରେ ଜଣାପଡ଼ିଛି ଯେ ଶିକ୍ଷୟତ୍ରୀ ଜଣଙ୍କ ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇଥିଲେ ।
ଏହାପରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁରୁଣାକଟକ ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...