ଘର
ଓଡ଼ିଶା
CDPOଙ୍କ ପାଇଁ ସାତ ମାସର ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ
CDPOଙ୍କ ପାଇଁ ସାତ ମାସର ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ
by Smruti Parija
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର CDPOଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ନିଜ ଅଫିସର ଜଣେ ଗର୍ଭବତୀ ମହିଳା କର୍ମଚାରୀଙ୍କୁ CDPO ମାଡାମ୍ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ସେ ମାନସିକ ଭାବେ ଆଘାତ ପାଇବା ସହ ସେହି ସମୟରେ ବେହୋସ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପରେ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ତେବେ CDPO ସ୍ନେହଲତା ସାହୁଙ୍କ ଯୋଗୁ ତାଙ୍କର ଏ ଅବସ୍ଥା ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସାତ ମାସରେ ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଏଘଟଣାକୁ ନେଇ ସିଡିପିଓ ମ୍ୟାଡାମ୍ କହିଛନ୍ତି ଭିଡିଓ ଏଡିଟ୍ ହୋଇଛି । ମତେ କୌଣସି ଚିତ୍କାର ଶୁଭୁନି । ସେପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ତଦନ୍ତ କରିବେ । ତେବେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମାନବିକତା ଦେଖାଇ ନାହାଁନ୍ତି CDPO । କମିଟି ତଦନ୍ତ କରିବ । ଏଭଳି ଘଟଣା ସ୍ପର୍ଶକତାର ସହ ନିଆଯିବା ସହ ତଦନ୍ତ ପରେ କାର୍ଯାନୁଷ୍ଠାନ ନିଆଯିବ ।
ଆହୁରି ପଢନ୍ତୁ ଓଡିଶା ଖବର...