ଅଧିକ ପଢନ୍ତୁ : ଭିସୁଟରେ ପଢୁଥିବା ସାଧାରଣ ଘରର ପିଲାମାନେ ଭାରତର ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ
ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବଲିଉଡ୍ ଫିଲ୍ମ ଥ୍ରି ଇଡିଅଟସର ବି ଉଦାହରଣ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସାଧାରଣତଃ ଏପରି ଉତ୍ସବରେ ଜୋରଦାର ଶୁଭେ ତାଳିର ଗୁଞ୍ଜରଣ । କିନ୍ତୁ ବୁର୍ଲାରେ ସ୍ଥିତି ଥିଲା ଅସ୍ବାଭାବିକ। ଛାତ୍ରଛାତ୍ରୀଙ୍କ ଆଚରଣ ଓ ନିରବତା ଥିଲା ଆଶ୍ଚର୍ଯ୍ୟଜନକ । ଏତିକି ବେଳେ ତାଳି ପ୍ରସଙ୍ଗରେ ଉତ୍ତର ଦେଇଥିଲେ ଜଣେ ଛାତ୍ରୀ। କହିଥିଲେ ସଭାସ୍ଥଳରେ ତାଳି ନ ମାରିବାକୁ ହୋଇଥିଲା ନିର୍ଦ୍ଦେଶ। କେନ୍ଦ୍ରମନ୍ତ୍ରୀଙ୍କ କହିବା ପରେ ତାଳି ଶବ୍ଦରେ କମ୍ପି ଉଠିଥିଲା ସଭା ସ୍ଥଳ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରିଯାଇଥିଲା ଉତ୍ସାହ।
ତେବେ ଭିସୁଟ ସମାବର୍ତ୍ତନ ଉତ୍ସବର ଏହି ଘଟଣା ସୃଷ୍ଟି କରିଛି ବଡ଼ ପ୍ରଶ୍ନ। ଏକ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଳି ନ ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ଛାତ୍ରଛାତ୍ରୀଙ୍କୁ ତାଳି ନ ମାରିବାକୁ କହିଥିଲା କିଏ ? ଛାତ୍ରଛାତ୍ରୀଙ୍କ ଉପରେ ଏମିତି କଟକଣା ଜାରି କରିବା ପଛରେ କଣ ଥିଲା ଉଦ୍ଦେଶ୍ୟ ?