ସୂଚନା ମୁତାବକ, ଅଭିଯୁକ୍ତ ହରିହର ପାଟ୍ଟଯୋଶୀ ଚେନ୍ନାଇର ଏକ ପ୍ରଣ୍ଟିଙ୍ଗ ପ୍ରେସରେ କାମ କରୁଥିଲେ । ସେହି ସମୟରେ ଟେଲି ମାର୍କେଟିଂ କମ୍ପାନୀରେ କାମ କରୁଥିବା ଇନ୍ଦିରାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କର ବିବାହର ରୂପ ନେଇଥିଲା । ଅର୍ଥାତ ୧୯୯୪ ଜୁଲାଇ ୧୪ ତାରିଖରେ ଇନ୍ଦିରାଙ୍କୁ ପ୍ରେମ ବିବାହ କରିଥିଲେ ହରିହର । ବିବାହ ପରେ ଉଭୟଙ୍କ ଭିତରେ ସମ୍ପର୍କ ଭଲ ଥିଲା । ହେଲେ ହଠାତ୍ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତୀକ୍ତତା ଲାଗି ରହିଥିଲା । ହରିହର ଓ ଇନ୍ଦିରା ଅଲଗା ରହିଥିଲେ । ବିବାହ ବିଚ୍ଛେଦ ପାଇଁ କଥା ସ୍ଥାନୀୟ ଫ୍ୟାମିଲି କୋର୍ଟକୁ ଯାଇଥିଲା । ମାମଲା କୋର୍ଟରେ ବିଚାରାଧୀ ଥିବା ବେଳେ 1998 ଅଗଷ୍ଟ 9 ତାରିଖରେ ହରିହର ନିଜ ଶ୍ୱଶୁର ଘରେ ପଶିଥିଲେ । ଆଉ ଶାଶୁ ରମା, ପତ୍ନୀ ଇନ୍ଦିରା ଓ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ହେଲେ ହରିହର ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରି ଗୁଜରାଟର ସୁରତ ପଳାଇ ଯାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଠାରେ ଛଦ୍ମବେଶରେ ଏକ କମ୍ପାନୀରେ କାମ କରୁଥିଲେ । ମାମଲା ଥଣ୍ଡା ହେବା ପରେ ୨୦୦୧ ମସିହାରେ ହରିହର ସୁରତରୁ ଆସିକା ଆସିଥିଲେ । ସେ ଆଉ ଜଣଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପରେ ସେ ବ୍ରହ୍ମପୁରରେ ଏକ ମସଲା କମ୍ପାନୀରେ କାମ କରୁଥିଲେ । ବ୍ରହ୍ମପୁରରେ ଥିବା ମସଲା କମ୍ପାନୀ ଛାଡ଼ି କେନ୍ଦ୍ରାପଡ଼ାରେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ କିଛି ଦିନ କାମ କରିବା ପରେ ପୁଣି ଥରେ ବ୍ରହ୍ମପୁର ଫେରିଥିଲେ ହରିହର । ସେ ଏଠାରେ ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ କାମ କରିଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ଚେନ୍ନାଇ ପୋଲିସ । ସପ୍ତାହେ ତଳେ ଚେନ୍ନାଇ ଅଡାମ୍ବକ୍କାମ ଥାନା ପୋଲିସ ଓଡ଼ିଶା ଆସିଥିଲା । ଗୋସାଇଁ ନୂଆଗାଁ ଆଇଆଇସିଙ୍କ ଉପସ୍ଥିତିରେ ତାମିଲ୍ନାଡୁ ପୋଲିସ୍ ହରିହର ପାଟ୍ଟଯୋଶୀଙ୍କୁ ଧରିଥିଲା ।