ଅର୍ଗସ ବ୍ୟୁରୋ : ବିଜେଡି ଫୋନ୍ କଲକୁ ଧୋଇ ଦେଲେ ଭଣ୍ଡାରିପୋଖରୀ ଅଞ୍ଚଳର ଯୁବକ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀକୁ ବିଜେଡି କାର୍ଯ୍ୟାଳୟରୁ ଏବେ ନବୀନ ପଟ୍ଟନାୟକ ଏବଂ ତାଙ୍କ ବିଜେଡି ପ୍ରାର୍ଥୀ ପାଇଁ ଫୋନ୍ କଲ୍ ଆସୁଥିବା ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ଏବେ ପୁଣି ଭଣ୍ଡାରିପୋଖରୀ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ପାଇଁ ଆଜି ଆସିଥିବା ଯୁବକଙ୍କୁ ଫୋନ୍ ଆସିଥିବା ବେଳେ ଉକ୍ତ ଯୁବକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଫୋନରେ କୁହାଯାଇଥିଲା ବେଳେ କିନ୍ତୁ ଯୁବକ ଜଣଙ୍କ ଜବାବ ରଖିଥିଲେ । ତେବେ ଯୁବକ ଜଣଙ୍କ କିଭଳି ଜବାବ ରଖିଛନ୍ତି ଟିକେ ଶୁଣନ୍ତୁ ।
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହୋଇଥିଲା। ଏବେ ଅଶୋକଙ୍କ କ୍ୟାରିୟରରେ ଆଉ ଏକ ନୂଆ ମାଇଲଷ୍ଟୋନ ଯୋଡି ହୋଇଛି। ଯାହାର ଅପେକ୍ଷା ସବୁ ଅଭିନେତା କରିଥାନ୍ତି। ଅଶୋକଙ୍କ ଅପକମିଂ ମୁଭି `ସିଷ୍ଟର ମିଡନାଇଟ'ର ପ୍ରିମିୟର ଦୁନିଆର ସବୁଠୁ ବଡ଼ ଫେଷ୍ଟିଭାଲ ମାନେ କାନ୍ସ ଫେଷ୍ଟିଭାଲରେ ସାମିଲ ହୋଇଛି।
ନିର୍ଦ୍ଦେଶକ କରଣ କାନ୍ଧାରୀଙ୍କ ଫିଲ୍ମ `ସିଷ୍ଟର ମିଡନାଇଟ' ରେ ଲୋକପ୍ରିୟ ଅଭିନେତ୍ରୀ ରାଧିକା ଆପତେ ଏବଂ ଅଶୋକ ପାଠକ ଲିଡ ରୋଲରେ ଅଛନ୍ତି। ଏହି ଦୁଇଜଣ ମୁମ୍ବାଇର ସ୍ଲମ ଅଞ୍ଚଳରେ ଏକ ଗରିବ ଦମ୍ପତିର ଚରିତ୍ର ପ୍ଲେ କରୁଛନ୍ତି। ଏହି ମୁଭିକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଠାରେ ଦୁନିଆର ସବୁ ଶ୍ରେଷ୍ଠ ଫିଲ୍ମକୁ ଫ୍ୟାନ୍ସ ମାନଙ୍କ ସାମ୍ନାରେ ପରିବେଷଣ କରାଯାଏ। `ସିଷ୍ଟର ମିଡନାଇଟ' ମୁଭି ହେଉଛି ଭାରତ ପକ୍ଷରୁ କାନ୍ସକୁ ଯାଇଥିବା ଏକମାତ୍ର ଫିଲ୍ମ।
ଏବିପି ଅନକଟ ପକ୍ଷରୁ କୁହାଯାଇଛି ଯେ, କାନ୍ସରେ ଅଶୋକଙ୍କ ଏହି ମୁଭିକୁ ୧୦ ମିନିଟର ଷ୍ଟାଣ୍ଡିଙ୍ଗ ଅଡିସନ ମିଳିଥିଲା। ଅଶୋକ ତାଙ୍କର ଏହି ମୁଭିର ସ୍କ୍ରିନିଂ ଏବଂ ଷ୍ଟାଣ୍ଡିଙ୍ଗ ଅଡିସନର ଭିଡିଓକୁ ଷ୍ଟାଟସରେ ରଖିଛନ୍ତି। ତେବେ ଇଣ୍ଟରନ୍ୟାସନାଲ ମିଡିଆ ପ୍ଲାଟଫର୍ମରେ ରାଧିକା ଏବଂ ଅଶୋକଙ୍କର ଏହି ମୁଭିକୁ ବହୁତ ଭଲ ରିଭ୍ୟୁ ମିଳୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବେ ଆସନ୍ତୁ ଜାଣିବା। ଖରା ଦିନେ ଖାଦ୍ୟରେ କମ୍ ସମଲା ବ୍ୟବହାର କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷିତ ରହିଥାଏ । ସ୍ୱାଦ ଅନୁଯାୟୀ ଅଳ୍ପ ପରିମାଣରେ ମସଲା ବ୍ୟବହାର କରିପାରିବେ । ଯେତେଦୂର ସମ୍ଭବ ଗରମ ମସଲାର ବ୍ୟବହାର କମ୍ କରନ୍ତୁ । ଯାହାଦ୍ୱାରା ବିନା ଫ୍ରିଜରେ ମଧ୍ୟ ଖାଦ୍ୟ ନଷ୍ଟ ହେବ ନାହିଁ। ସତେଜ୍ ପନିପରିବା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୋଇନଥାଏ । ବଳକା ଖାଦ୍ୟକୁ ପାଣିରେ ରଖିବା ଦ୍ୱାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ ।
ପ୍ରତିଥର ଖାଦ୍ୟ ଗରମ କରି ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୁଏ । ଖାଦ୍ୟରେ ଥିବା ଆବଶ୍ୟକୀୟ ପୋଷକ ତତ୍ୱ ନଷ୍ଟ ହେବା ସହ ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଖରା ଦିନେ ବିନା ଫ୍ରିଜରେ ଆପଣଙ୍କ ଖାଦ୍ୟ ନଷ୍ଟ ହେବ ନାହିଁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ : ଓଡ଼ଶା ସମୃଦ୍ଧ କିନ୍ତୁ ଲୋକେ ଗରିବ । କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ । କହିଲେ, ଆପଣଙ୍କ ଗୋଟିଏ ଭୋଟ୍ ଓଡ଼ିଶାକୁ ସମୃଦ୍ଧ କରିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ସିଟରେ ଜିତି ସାରିଲାଣି । ଆଉ ୨ଟି ପର୍ଯ୍ୟାୟରେ ମୋଦିଙ୍କୁ ୪୦୦ ପାର୍ କରାଇବାକୁ ପଡ଼ିବ । ମୋଦି ଆଦିବାସୀଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି । ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦି । କେନ୍ଦୁଝରରୁ ଖଣିଜ ନେଇ ସାରା ଦେଶ ବେଶ୍ ସମୃଦ୍ଧ ହୋଇଛି' । କିନ୍ତୁ କେନ୍ଦୁଝର କିଛି ପାଇନି, କିଛି ବିକାଶ ଏଠି ହୋଇନି । ମୋଦି ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ସ୍କୁଲ୍ କରିଛନ୍ତି । କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ବିଶିଷ୍ଟ ଶଯ୍ୟାର ମେଡିକାଲ ହେବ କହିଲେ ଶାହ ।