ପୁରୀରେ ବଢୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ବଡ଼ ଆହ୍ବାନ। ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି ଓଡ଼ିଶାର ବିଜେପି ସରକାର । ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକ ପରେ ପୁଣି ଏହା ଉପରେ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା। ପୁରୀରେ ବହୁଗୁଣିତ ହେବ ଭକ୍ତଙ୍କ ଭିଡ଼ । ପୁରୀ ସର୍କିଟ୍ ହାଉସରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଇନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।
ଶ୍ରୀମନ୍ଦିର ପରିଚାଳନାକୁ ନେଇ ବିଜେଡି ସରକାରର ତ୍ରୁଟି ଯୋଗୁଁ ରହିଛି ଓଡ଼ିଆ ଲୋକଙ୍କ ପୁଞ୍ଜିଭୂତ କ୍ରୋଧ । 4 ବର୍ଷ ହେଲା ପ୍ରବଳ ଯାତନା ଭୋଗି ଆସୁଥିଲେ କାଳିଆ ଭକ୍ତ। ଅହଂକାରୀ ବିଜେଡି ସରକାର ବିରୋଧୀ ଓ ଜଗନ୍ନାଥ ପ୍ରେମୀଙ୍କର ସବୁ ହାରି ଗୁହାରୀକୁ ପଦାଘତ କରି ନିଜ ନିଷ୍ପତିରେ ଅଟଳ ରହିଥିଲେ । ତେବେ 24 ମହାଲଢେଇରେ ବଡ଼ ପ୍ରସଙ୍ଗ ହୋଇଥିଲା ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। 4 ଦ୍ବାର ଖୋଲିବା, ଭିତର ରତ୍ନ ଭଣ୍ଡାରରର ଚାବି ହଜିବା ଆଦି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଥିଲେ ବିଜେପି ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବ। ଓଡ଼ିଶାରେ ବିଜେପି ସରକାର ବନିଲେ 4 ଦ୍ବାର ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।
ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଚାରିଦ୍ବାର ଖୋଲିବା ସହ ଶ୍ରୀମନ୍ଦିର ପରିଚାଳନା ପାଇଁ 500 କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ପୁଣି ରତ୍ନ ଭଣ୍ଡାର ଚାବି ହଜିବା ନେଇ ଗଠିତ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ପ୍ରତିଶ୍ରୁତି ପ୍ରତିଶ୍ରୁତି ବି ପୂରଣ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: