ଘର
ଓଡ଼ିଶା
ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ
ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ
by Manini Pattanayak
ବ୍ରହ୍ମପୁର: ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ । ବାଘ ଆସିବା ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ କିଛିଦିନ ପରେ ପୁଣି ବାଘ ରିଟର୍ଣ୍ଣ ହୋଇଛି । ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି । କେନ୍ଦ୍ରୀୟ ବନାଞ୍ଚଳ ଗାଙ୍ଗପୁର ବିଟ ଅଞ୍ଚଳରେ ଗତ ଚାରିଦିନ ହେଲା ବାଘ ଭୟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ବାଘ ର ପାଦଚିହ୍ନ ଠାବ ହେବା ସହ ଗୋଟିଏ ମଇଁଷି କୁ ବାଘ ମାରିଖାଇ ଥିବା ଦେଖିବା ପରେ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେବା ସହ ବାଘ କୁ କାବୁକରି ଅନ୍ୟସ୍ଥାନକୁ ପଠାଇବା ପାଇଁ ବନବିଭାଗ ମଧ୍ୟ ତାର କାମ ଆରମ୍ଭ କରିଦେଇଛି ।
ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବାଘକୁ ଆହାର ଦେଇ କାବୁ କରିବାକୁ ବିଭିନ୍ନ ସ୍ଥାନରେ ମଇଁଷି ଛୁଆ ବାନ୍ଧି ଉଦ୍ୟମ କରାଯାଉଛି । ଗାଙ୍ଗପୁର ବନାଞ୍ଚଳ ମାଳତୀ ପାହାଡ଼ ଅଞ୍ଚଳରେ ବାଘ ର ଗତିବିଧି ଲକ୍ଷ କରି ବନବିଭାଗ ଓ ଶିମିଳି ପାଳ ଆସିଥିବା ବାଘ ଧରାଳି ଟିମ ବାଘକୁ କାବୁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି । ଗାଙ୍ଗପୁର, ବୋରି, ବଳିଆପାଟ ଭଳି ବିଭିନ୍ନ ଗ୍ରାମରେ ଗୋପାଳକ ମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଆଡ଼କୁ ଚରାଇ ନେବାକୁ ବାରଣ କରାଯାଇଛି । ଶୁଣନ୍ତୁ ଜଣ କହୁଛନ୍ତି ଗୋପାଳ ମାନେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର