ଅଧିକ ପଢନ୍ତୁ ଓଡିଶା ଖବର
ଏମ୍ସ ଭୁବନେଶ୍ଵରର ଏକାଧିକ ବିଭାଗର ଡାକ୍ତରଙ୍କ ପ୍ରୟାସରେ ଏଭଳି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ରେଡିଓ ଡାଇଗ୍ନୋସିସ୍, ଅର୍ଥୋପେଡିକ୍, ଭଳି ୬ଟି ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ପ୍ରଥମେ ଏକ ଟିମ୍ ଗଠନ ହେବା ସହିତ ଅପରେସନ ନେଇ ୪୮ ଘଣ୍ଟା ପୂର୍ବରୁ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଆନାସ୍ତେସିଆ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ମଧ୍ୟ ରିଜର୍ଭ ରଖାଯାଇଥିଲା। ସେହିପରି ରୋଗୀଙ୍କ ପାଇଁ ଏକ ଏମରେଜେନ୍ସି ଆଇସିୟୁ ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା। ଟିମ୍ ଓ୍ଵାର୍କ ଯୋଗୁଁ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି, ପୂର୍ବରୁ ଦିଲ୍ଲୀ ଏମ୍ସରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଟ୍ୟୁମରର ଆକାର ଏହାଠାରୁ ଛୋଟ ଥିଲା ବୋଲି ଡାକ୍ତରମାନେ କହିଛନ୍ତି।ଏମ୍ସ ଭୁବନେଶ୍ଵରର ନାଁରେ ଯୋଡି ହେଲା ଆଉ ଏକ ଇତିହାସ। ପୂର୍ବରୁ ମଧ୍ୟ ବିଭିନ୍ନ ବିରଳ ଅସ୍ତ୍ରୋପଚାର କରାଯାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିଛି। ପୁଣିଥରେ ଏହି ସଫଳତା ପାଇଁ ଅଭିଜ୍ଞ ଡ଼ାକ୍ତରୀ ଦଳକୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।