ଅଧିକ ପଢନ୍ତୁ : ବର୍ଷା ପବନରେ ଉପୁଡିଲା ପୁରୁଣା ଗଛ
ସେହିଭଳି ପୁରୀ ଜିଲ୍ଲାରେ ବର୍ଷା ହୋଇଛି । ଏକ ଘଣ୍ଟା ଧରି ଅନରଗଳ ଗଳାଛି ବର୍ଷା । ବିଜୁଳି ସହ ଘଡଘଡି ପ୍ରକୋପ ବୃଦ୍ଧି ପାଇଥିଲା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କଣାସ, କୃଷ୍ଣପ୍ରସାଦ, ପିପିଲି, ସଦରବ୍ଲକ, ନିମାପଡା, ଅସ୍ତରଙ୍ଗ, କାକଟପୁର ବ୍ଲକରେ ବର୍ଷା ହୋଇଛି । ଲଗାଣ ବର୍ଷରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।
ଅଧିକ ପଢନ୍ତୁ : ପଶ୍ଚିମା ଝଡ଼ରେ ପାଟକୁରା ବେହାଲ
ଏହାଛଡା ବିଭିନ୍ନ ଜିଲ୍ଲାରେ ନିର୍ଦ୍ଧୁମ ଛେଚୁଛି ବର୍ଷା । ଘଡଘଡି ସହ ବର୍ଷା ହେଉଥିବାରୁ ମନରେ ଭୟ ଦେଖାଦେଉଛି । ସେହିଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିଛି । ଟିଟିଲାଗଡରେ ମଧ୍ୟ ଘଡଘଡି ସହ ବର୍ଷା ଓ କୁଆପଥର ମାଡ ହେଉଛି । ତେବେ ଗତ ୨ ଦିନ ହେବ ଏମିତି ବର୍ଷା ଗ୍ରୀଷ୍ମର ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।