ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର 60 ପ୍ରତିଶତ ଅର୍ଥ ଦେଉଥିଲେ ମଧ୍ୟ ଫଳକରେ ଛୋଟ ଅକ୍ଷରରେ ଲେଖା ଯାଉଥିବା ଅଭିଯୋଗ ସହ ବଜେପି ପ୍ରମାଣ ଦାଖଲ କରିଛି । ଫଳକରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ପାଇଁ ଦଳ ଦାବି କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି କହିଛନ୍ତି।
ଆବାସ ଯୋଜନାରେ ବ୍ରାଣ୍ଡିଂ ନୀତି ଉଲ୍ଲଂଘନ ଅଭିଯୋଗ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ଵର: ପୁଣି ଉଠିଲା ବିଜୁ ପକ୍କାଘର ଯୋଜନା ବନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ । ନାମ ଫଳକରେ ଲୋଗୋ ଛୋଟ, ବଡ଼ ଅସମାନତା ନେଇ ଗୁରୁତର ଅଭିଯୋଗ ଆଣିଲା ବଜେପି । ଏ ନେଇ ରାଜ୍ୟପାଳଙ୍କ ନିକଟରେ ଦଳ ଫେରାଦ ଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ନିର୍ମାଣ ଗୃହରେ ବିଜୁ ପକ୍କା ଘର ଯୋଜନା ଫଳକ ଲଗାଇ ଯୋଜନା ହଡପ କରୁଥିବା ନେଇ ବଜେପି ଅଭିଯୋଗ କରିଛି ।
Download Argus News App
