ମେଡିକାଲ ରେ ମହିଳା ଜଣକ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ନବରଙ୍ଗପୁର ଜିଲ୍ଲାର ନିତିଦିନିଆ ଘଟଣା ପାଲଟିଛି ଜନନୀ ଯନ୍ତ୍ରଣା , ହେଲେ ଚେତୁନି ପ୍ରଶାସନ । ରାଜ୍ୟ ସରକାର ମା’ କୁ ସମ୍ମାନ, ଗାଁ କୁ କାମ ନାରା ଦେଇ ଚାଲିଥିବା ବେଳେ ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି ।
ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରିଲାନି ଆମ୍ୱୁଲାନ୍ସ, ତିନି କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର: ପୁଣି ଜନନୀ ଯନ୍ତ୍ରଣା । ଗାଁର ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଦୀର୍ଘ ତିନି କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଭେଲୁଆକୋଟ ଗାଁରେ । ଗାଁର ନର ସାନ୍ତାଙ୍କ ସ୍ତ୍ରୀ ବଦେଇ ସାନ୍ତା ଙ୍କୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକେ ଯୋଗାଯୋଗ କରିଥିଲେ । ତେବେ ଗାଁକୁ ଆସିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିଲା । ଗାଁ ଲୋକଙ୍କ ସହାୟତାରେ ଏକ ଖଟିଆରେ ବୋହି ଦୀର୍ଘ ତିନି କିଲୋମିଟର ନେବାପରେ ଏକ ଅଟୋ ରିକ୍ସା ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।
Download Argus News App
