ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅବସରରେ ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ୀ, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ମହେଶ ଅଗ୍ରୱାଲ, ଡାକ୍ତର ବିଶ୍ଵଜିତ୍ ମହାପାତ୍ର, ଓ ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ଅମ୍ରି ହସ୍ପିଟାଲର ବରିଷ୍ଠ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ସାଧାରଣ ଲୋକଙ୍କୁ ହୃଦୟ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି ଚଳିତ ବର୍ଷର ଥିମ୍ ରହିଛି ୟୁଜ୍ ହାର୍ଟ, ନୋ ହାର୍ଟ.
ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ । ଆମ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଧ୍ରୁମପାନ, ମଦ୍ୟପାନ ଠାରୁ ଦୂରେଇ ରହିବା ସହିତ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପରାମର୍ଶ ଦେଇଥିବା ବେଳେ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ହୃଦୟକୁ ସୁସ୍ଥ ରଖିବାକୁ ସାହାର୍ଯ୍ୟ କରିଥାଏ ବୋଲି ମେୟର ସୁଲୋଚନା ଦାସ କହିଥିଲେ ।