ପ୍ରକାଶ ଯୋଗ୍ୟ ଯେ କାଟିଙ୍ଗିଆ ସେକ୍ଟରର ଅନେକ ସେଣ୍ଟର୍ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରୁ ୬୦ରୁ ୭୦କିମି ଦୂରରେ ରହିଥିବା ବେଳେ ନେଟୱର୍କ ଓ ଗମନା ଗମନର ବିଶେଷ ଅସୁବିଧା ରହିଛି। ଏଭଳି ସ୍ଥତିରେ ବଣ ଜଙ୍ଗଲ ପାହାଡ଼ ଘେରା ଅବ୍ୟବସ୍ଥା ପରିବେଶ ଭିତରେ ରହି ସରକାରଙ୍କ ମାତୃ ମଙ୍ଗଳ ଓ ଶିଶୁ ବିକାଶ ଯୋଜନା କୁ ସଫଳ କରିବା ପାଇଁ ନିର୍ଭିକ ସୈନ୍ୟ ଭାବେ କାର୍ଯ୍ୟ କରିଚାଲିଛନ୍ତି। ପ୍ରାକ୍ ଶିକ୍ଷାର ଅଗ୍ରଗତି ପାଇଁ ସରକାରଙ୍କ ଯୋଜନା ଅନୁଯାୟୀ ଅଙ୍ଗନୱାଡ଼ି ଶିକ୍ଷା କେନ୍ଦ୍ର ରେ ଶିଶୁ ମାନଙ୍କୁ ଶିକ୍ଷା ଦାନ କରିବା ସହ ସୁଷମ ଖାଦ୍ୟ, ରନ୍ଧା ଖାଦ୍ୟ ପ୍ରଦାନ ଗର୍ଭବତୀ, ପ୍ରସୂତୀ ମାନଙ୍କୁ ଶୁଖିଲା ଖାଦ୍ୟ ପହଞ୍ଚାଇବା ଆଦି ଅନେକ କର୍ଯ୍ୟ ସମ୍ପାଦନ କରନ୍ତି।
ଆଜକୁ ପ୍ରାୟ ତିନି ବର୍ଷ ହେଲାଣି ଜଣେ ମହିଳା ସୁପର୍ ଭାଇଜର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆଦିବାସୀ କର୍ମୀ ମାନଙ୍କ ସରଳତାର ସୁଯୋଗ ନେଇ କର୍ମୀ ମାନଙ୍କ ଭୁଲ ବାହାର କରି ସଦାସର୍ବଦା ନାଲି ଆଖି ଦେଖାଇ ଅଶାଳୀନ କଟୁ ମନ୍ଦ ଭାଷା ରେ ଗାଳି ଗୁଲଜ କରନ୍ତି। କୌଣସି କର୍ମୀଙ୍କ ଦୁଃଖ ବୁଝିବାକୁ ନାରାଜ ଏପରି କି ମାର୍ଟିନିଟି ଛୁଟି ମଞ୍ଜୁର କରିବାକୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଖାଦ୍ୟ ସାମଗ୍ରୀ ଆସିଲେ ସେଥିରୁ ଜବରଦସ୍ତ ଚାଉଳ ମାଗିବା, ଟଙ୍କା ଉଠାଣ ରେ ବାଧା ସୃଷ୍ଟି କରିବା ସହ ଅଙ୍ଗନୱାଡି କେନ୍ଦ୍ର ମାନଙ୍କୁ ୨୦୨୧-୨୨ ବର୍ଷର ସ୍ବେଟର ମୋଜା, ବୁଟ ପାଇଁ ଆସିଥିବା ଅନୁଦାନ ସବୁକୁ ନେଇ ଆଜ ପର୍ଯ୍ୟନ୍ତ ତାର ବିଲ୍ ଭାଉଚର୍ ନ ଦେବା । ଏପରିକି ଶାରିରୀକ, ମାନସିକ ଓ ଆର୍ଥିକ ଭବେ ନିର୍ଯାତନାର ଶିକାର ହେଉଥିବା ଅଙ୍ଗନୱାଡି କର୍ମୀମାନେ ଏକତ୍ରିତ ହୋଇ ଉକ୍ତ ମହିଳାଙ୍କ ନାମରେ ୨୩ ଗୋଟି କଳା କାରନାମାକୁ ଉଲ୍ଲେଖ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଲିଖିତ ଦାବିପତ୍ର ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ପ୍ରେରଣ କରିଥିବା କାଟିଙ୍ଗିଆ ସେକ୍ଟର ସଭାନେତ୍ରୀ ଅଞ୍ଜନା ନାୟକ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ସୁପରଭାଇଜରଙ୍କ ପରିବର୍ତ୍ତେ ଏକ ସୁଦକ୍ଷ, ସୁବିଚାର ଯୋଗ୍ୟ ସୁପର ଭାଇଜରଙ୍କୁ ନିଯୁକ୍ତି ଦେଲେ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହେବ ବୋଲି ଆଶା ପ୍ରକଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାର ତୁରନ୍ତ ସମାଧାନ ନ ହେଲେ କାଟିଙ୍ଗିଆ ସେକ୍ଟରର ସମସ୍ତ ୩୧ଜଣ କର୍ମଚାରୀ ସିଡ଼ିପିଓଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।