ପରବର୍ତ୍ତୀ ସମୟରେ ଅର୍ଥାତ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବାପରେ ଓଡ଼ିଶାରେ ଏହାର କଣ ପ୍ରଭାବ ପଡ଼ିବ ସେନେଇ ସ୍ପଷ୍ଟ ହୋଇପାରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ସମୟରେ ଅର୍ଥାତ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବାପରେ ଓଡ଼ିଶାରେ ଏହାର କଣ ପ୍ରଭାବ ପଡ଼ିବ ସେନେଇ ସ୍ପଷ୍ଟ ହୋଇପାରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଏହି ପବିତ୍ର ଦିବସର ନାମ ହେଉଛି ନୀଳାଦ୍ରୀ ମହୋଦୟାଷ୍ଟମୀ । ଏହି ଦିନ ସ୍ୱୟଂ ବ୍ରହ୍ମା, ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି । କାଳ କାଳ ଯୁଗ ଯୁଗ ଧରି କାଳିଆ ସାଆନ୍ତ ନୀଳାଦ୍ରୀ କନ୍ଦରର ପାବନ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି 12 ମାସରେ 13 ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ବାରଯାତ୍ରା ତେର ପର୍ବ ମଧ୍ୟରୁ ନୀଳାଦ୍ରୀ ମହୋଦୟାଷ୍ଟମୀ ହେଉଛି ତ୍ରୈୟୋଦଶ ପର୍ବ ।
ଆଜି ପ୍ରାତଃ ସମୟରୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହୋଇ ନିତ୍ୟ ଅବକାଶ , ଗୋପାଳ ବଲ୍ଲଭ , ସକାଳ ଧୂପ ପୂଜା ବଢିସାରିବା ପରେ ଗତଦିନ ଅଧିବାସ ହୋଇଥିବା ୧୦୮ ଜଳଗରାକୁ ପ୍ରତିହାରୀମାନଙ୍କ ସୁରକ୍ଷାରେ ଗରାବଡୁ ସେବକମାନେ ବାଘମୁହଁ ବାନ୍ଧି ଘଣ୍ଟ , ଛତା , କାହାଳୀ , ତଳିଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖିବେ ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଯଂଥାକ୍ରମେ ୩୫,୩୩, ୨୨ ଓ ୧୮ ଗରା ପାଣିରେ ପ୍ରତୀକାତ୍ମକ ଭାବେ ଦର୍ପଣ ଉପରେ ସ୍ନାନ କରାଯିବ । ପୂଜାପଣ୍ଡା ସଂସ୍କାର କରି ଜଳଲାଗି କରାଇବା ପରେ ରୂପା ପିଙ୍ଗଣ ତିନିଟିରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପୃଷ୍ଠାଳକଙ୍କ ସହିତ ଚନ୍ଦନ ସର୍ବାଙ୍ଗ କରାଇବେ । ତା'ପରେ ଧୋପଖାଳ ହୋଇ ଯାତ୍ରାଙ୍ଗ ଭୋଗ ଓ ମଧ୍ୟାହ୍ନ ଧୂପ ଛାମୁକୁ ଆସିବ । ଏହି ଧୂପ ଉଠିବା ପରେ ଦକ୍ଷିଣ ଭୋଗ ସରି ରାମକୃଷ୍ଣ ଓ ମଦନମୋହନ ସିଂହାସନକୁ ବିଜେ କରିବେ ।
ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଧୂପ ମଣୋହି କଲା ପରେ, ପାଣି ପଡ଼ି ଧୋପଖାଳ ହେବା ପରେ ତିନିବାଡ଼ରେ ବନ୍ଦାପନା ହୋଇ ପୂଜାପଣ୍ଡା ଆଜ୍ଞା ମାଳ ଦେବା ପରେ ଠାକୁର ଠାକୁରାଣୀ ଚନ୍ଦନ ଯାତ୍ରାକୁ ବିଜେ କରିବେ । ଏହି ଦିନକୁ ମନ୍ଦିରର ବାର୍ଷିକତ୍ସୋବ ଭାବେ ମଧ୍ୟ ପାଳନ କରାଯାଏ ବୋଲି ଲୋକକଥା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
କଟକ: Ac କାରରେ ଯିବେ ନେତା । କୁକୁର ମାଙ୍କଡ଼ଙ୍କୁ ଖାଇବା ଦେଲା ପରି ଲୋକଙ୍କୁ ଦିଆ ଯାଉଛି ଖାଇବା । ଗଣତନ୍ତ୍ର ଆଉ ଲୋକଙ୍କ ଶାସନ ନୁହେଁ ଏଠି ଚାଲିଛି ଚାକର ଶାସନ । ସଚିବ ଏଠି ସବୁ କିଛି ଆଉ ସାଧାରଣ ଲୋକ ପୋକ ମାଛି । ଗୋଟେ ଥର ଭୁଲ କରି ପାଞ୍ଚ ବର୍ଷ ଦଣ୍ଡ ଭୋଗୁଛନ୍ତି ସାଧାରଣ ଜନତା । ଜନତା ଜନାର୍ଦନଙ୍କୁ କୁକୁର ମାଙ୍କଡ଼ ପରି ବ୍ୟବହାର କରି ଇଜତ ମହତ ସବୁ ସାରିଦେଲେ ପାଣ୍ଡିଆନ ବାବୁ ।
ଗଣତନ୍ତ୍ରରେ କୁହାଯାଏ କୁଆଡେ ପ୍ରକୃତ ମାଲିକ ହେଉଛନ୍ତି ସାଧାରଣ ଖଟିଖିଆ ଲୋକ । ଆଉ ଗଣତନ୍ତ୍ର କୁଆଡେ ଲୋକମାନଙ୍କର ଲୋକଙ୍କ ଦ୍ଵାରା ଆଉ ଲୋକ ମାନଙ୍କ ପାଇଁ କିନ୍ତୁ ଏକଥା କେବଳ କାଗଜ କଲମରେ ସୀମିତ । ଏକଥା କେବଳ କଥାରେ ହିଁ ରହିଯାଇଛି ପ୍ରକୃତ ସତକଥା ପୁରା ଅଲଗା ।
ଜନତାଙ୍କ ଟିକସ ଟଙ୍କାରେ ଦରମା ନେଇ ଚାକିରୀ କରିଥିବା ଲୋକ ଏବେ ସବୁକିଛି । ଦେଶକୁ ଟାକ୍ସ ଦେଉଥିବା ଲୋକ ଏଠି ପୋକ ମାଛି । ଏଠି ଥରେ ଭୁଲ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗୁଛନ୍ତି ଲୋକେ । ଏଠି କହିବେ କାହାକୁ ଶୁଣିବ କିଏ ଶୁଣିବା ଲୋକ ତ କଷଣ ଦିଏ । ସେ ପରିସ୍ଥିତିରେ ପଡି କାନ ମୁଣ୍ଡା ଆଉଁସି ହେଉଛନ୍ତି ଲୋକେ । ଯାହାର ବାସ୍ତବ ଚିତ୍ର ଏଠି ସାମ୍ନାକୁ ଆସିଛି ।
ବଡମ୍ବା ନରସିଂହପୁର ଭିକେ ପାଣ୍ଡିଆନଙ୍କ ଗସ୍ତ ବେଳେ କୁକୁର ମାଙ୍କଡ଼ଙ୍କ ପରି ଲୋକମାନଙ୍କ ଉପରୁକୁ ପାଣି ଏବଂ ଖାଦ୍ୟ କିପରି ଫୋପଡ଼ା ଯାଉଛି । ଟଙ୍କା ଖାଇବେ କୁଜି ନେତା, ପୋକ ମାଛି ପରି କଷଣ ଭୋଗିବେ ଜନତା । ବଡମ୍ବା ଗସ୍ତରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ଭିକେ ପାଣ୍ଡିଆନ ଆସିଥିବାବେଳେ ତାଙ୍କୁ ଦେଖା କରିବାକୁ ବଡମ୍ବା ନରସିଂହପୁର ପ୍ରତ୍ୟେକ ଗ୍ରାମରୁ ଲୋକେ ଯାଇଥିଲେ ଟ୍ରକ ଉପରୁ ଲୋକଙ୍କୁ ପାଣି ଏବଂ ଖାଦ୍ୟ କିପରି ଫୋପାଡୁଛନ୍ତି ଚେଲା ଚାମୁଣ୍ଡା କୁଜି ନେତା ଏହା ହେଉଛି ଏହାର ବାସ୍ତବ ଚିତ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ସବୁ ପନିପରିବା ଏବଂ ଫଳର ମହତ୍ତ୍ବ ରହିଥାଏ। କୁହାଯାଏ ଯେଉଁ ଋତୁରେ ଯେଉଁ ପନିପରିବା ମିଳୁଛି ତାହା ଖାଇବା ଆବଶ୍ୟକ।ଏହାର ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ଯେମିତି କି ବର୍ତ୍ତମାନ ଆମ୍ବର ସିଜନ୍ ଚାଲିଛି। ଖରାଦିନ ଆସିଲେ ହିଁ ଆମ୍ବ ଖାଇବାକୁ ମିଳେ। ଆଉ କେବଳ ଖରାଦିନେ ହିଁ ଆମ୍ବ ସୁଆଦିଆ ଲାଗେ। ଆମ୍ବ କେବଳ ଖାଇବାକୁ ସ୍ବାଦିଷ୍ଟ ନୁହେଁ ବରଂ ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ , ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ ଏବଂ ଖରାଦିନେ ହେଉଥିବା ରୋଗରୁ ରକ୍ଷା କରିଥାଏ।
ତେବେ ଅଧିକ ଆମ୍ବ ଖାଇବା ବି ଶରୀର ପାଇଁ କ୍ଷତିକାରକ ହୋଇପାରେ। ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଅଧିକ ପରିମାଣରେ ଆମ୍ବ ଖାଇଲେ ଗ୍ୟାଷ୍ଟ୍ରିକ୍ , ଡାଇରିଆ, ପେଟ ଯନ୍ତ୍ରଣା ଏବଂ ଅଲସର ହୋଇପାରେ। ଜାଣନ୍ତୁ ଆମ୍ବ କେମିତି ଏବଂ କେତେ ପରିମାଣରେ ଖାଇବେ?
କେମିତି ଖାଇବେ?
ଆମ୍ବରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଭରପୂର ଥାଏ ଯାହା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆମ୍ବ ସ୍ବାସ୍ଥ୍ୟ ପାଇଁ ଭଲ କିନ୍ତୁ କୃତିମ ଉପାୟରେ ପଚେଇବା ପାଇଁ କୀଟନାଶକ ବ୍ୟବହାର କରାଯାଉଥିବାରୁ ପ୍ରଥମେ ପାଣିରେ ୨ ଘଣ୍ଟା ବୁଡ଼ାଇ ରଖି ତାପରେ ଖାଇବା ଉଚିତ୍। ଆମ୍ବରେ ଅନେକ ପୋଷକ ତତ୍ତ୍ବ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ମିଶା ଯାଇଥିବାବେଳେ ସେଥିରେ ଫ୍ରୁକଟୋଜ ନାମକ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇପାରେ ।
କେତେ ପରିମାଣରେ ଖାଇବେ?
ଗୋଟେ ଆମ୍ବକୁ ଅଧା କରି ଦୁଇଥର ଖାଆନ୍ତୁ କିନ୍ତୁ ଏକାବେଳେ ଗୋଟେ ଆମ୍ବ ଖାଆନ୍ତୁ ନାହିଁ। ଆମ୍ବକୁ ମିଲ୍ ସହିତ ନଖାଇ ସ୍ନାକ୍ ଭାବରେ ଖାଇବା ଉଚିତ୍ । କିଛି ଲୋକଙ୍କୁ ଆମ୍ବ ଖାଇଲେ ଆଲର୍ଜି ହୁଏ । ସେମାନେ ଗଳାରେ ଯନ୍ତ୍ରଣା ଅନୁଭବ କରନ୍ତି। ଆଉ କିଛି ଲୋକ ଆମ୍ବ ଖାଇଲେ ହଜମ ପ୍ରକିୟାରେ ଅସୁବିଧା ଅନୁଭବ କରନ୍ତି।
ବର୍ତ୍ତମାନ ସବୁ ଫଳ ଏବଂ ପନିପରିବାକୁ ଅଧିକ ପରିମାଣର ଉତ୍ପାଦନ କରିବା ପାଇଁ ରାସାୟନିକ ପଦାର୍ଥର ଉପଯୋଗ କରାଯାଉଛି ଯାହାର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ତେଣୁ ସଠିକ୍ ଉପାୟରେ ନିୟନ୍ତ୍ରଣ ରକ୍ଷା କରି ଖାଆନ୍ତୁ ଏବଂ ନିଜ ସ୍ବାସ୍ଥ୍ୟ ସଚେତନ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର