ସେପଟେ ପୁଣି ଇଡିରେ ହାଜରେ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ଵିତୀୟ ଥର ପାଇଁ ତାଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ବୁଧବାର ଦିନ ପାଖାପାଖି ୧୪ ଘଣ୍ଟା ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା । ଜେରା ବେଳେ ସେ ଇଡିକୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।
ଆଜିର ଜେରାରେ ସେ ଆଉ କିଛି ତଥ୍ୟ ଇଡିକୁ ଦେଇପାରନ୍ତି । ବୁଧବାର ଦିନ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇଥିଲେ । ଅକ୍ଷୟ ପରିଜାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଉଭୟଙ୍କୁ ଇଡି ଅଧିକାରୀ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ ।
ଅପରାଧ ଖବର ଆହୁରି ପଢନ୍ତୁ