ଆଜିର ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିସନ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି। ସେପଟେ ଛତିଶଗଡ ଓ ଅନ୍ଯ ରାଜ୍ଯ ଏହି ଦସ୍ତାବିଜ ଦାଖଲ କରି ନଥିବା ସୂଚନା ମିଳିଛି। ତେବେ ଓଡିଶା ପକ୍ଷରୁ କିଭଳି ମାମଲାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଓଡିଶାର ଆଇନଜୀବି ରଣନୀତି ପ୍ରସ୍ତୁତ କରିଛନ୍ତି।
ଟ୍ରିବୁନାଲ ପ୍ରସଙ୍ଗ ଗୁଡିକର ଶୁଣାଣି ପୂର୍ବରୁ ଥିବା ପ୍ରକ୍ରିୟାକୁ ଯେମିତିକି ଇସ୍ଯୁ ଫ୍ରେମ ପରର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା, ସାକ୍ଷ ମାନଙ୍କ ପ୍ରମାଣ ତାଲିକା, ପ୍ରମାଣ ସଂପର୍କୀତ ସତ୍ଯପାଠ, ସେମାନଙ୍କ କ୍ରସ ଏଗଜାମିନେଶନ ଶେଷ କରିବା ପରେ ଫ୍ରସଙ୍ଗକୁ ନେଇ ଶୁଣାଣି କରିବେ ବୋଲି ସୂଚନା ମିଳଛି। ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବୁନାଲ କିପରି ମାମଲାର ଦିଶା ନିର୍ଧାରଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।