ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଷୋଳପୁଜାକୁ ନେଇ ୨୫ ଜଣ ବ୍ରାହ୍ଣଣଙ୍କ ତାଲିକା କରାଯାଇଥାଏ । ହେଲେ ଚଳିତ ବର୍ଷ କରୋନା ମହାମାରୀ ରହିଥିବାରୁ ବୟସ୍କ ବ୍ରାହ୍ଣଣଙ୍କ ସଂଖ୍ୟା ଅଧିକା ଥିବାରୁ କିଛି ଯୁବ ବ୍ରାହ୍ଣଣଙ୍କୁ ସାମିଲ କରି ସଂଖ୍ୟାକୁ ୨୫ ଜଣରୁ ୩୩ ଜଣ କରାଯାଇଛି । କାରଣ ଚଳିତ ବର୍ଷ ୪୫ ଦିନ ପୀଠରେ ପୁଜା କରିବା ପାଇଁ ଅଧିକ ବ୍ରାହ୍ଣଣଙ୍କ ଆବଶ୍ୟକତା ରହିଛି । ସେପଟେ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟ ପୀଠ ସହ ସାରା ଉତ୍କଳର ବିଭିନ୍ନ ପୀଠରେ ମଧ୍ୟ ୪୫ ଦିନ ହେବ ଶାରଦୀୟ ଦୁର୍ଗାପୁଜା ।
ଚଳିତ ବର୍ଷ ୪୫ଦିନ ଧରି ଚାଲିବ ଶାରଦୀୟ ଦୁର୍ଗାପୂଜା, ଯୋଡା ଅଶ୍ୱିନୀ ପଡୁଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଚଳିତ ବର୍ଷ ଶାରଦୀୟ ଦୁର୍ଗାପୁଜା ବା ଷୋଡଶଦିନାତ୍ମକ ପୁଜା ହେବ ୪୫ ଦିନ । ଯୋଡା ଆଶ୍ୱିନ ପଡୁଥିବାରୁ ମଳମାସ ରହିଥିବାରୁ ମୁଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୁଜା କରାଯିବ । ଏନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ରାଜ ପୁରୋହିତ , ଦେଉଳ ପୁରୋହିତ ଓ ରାଜଗୁରୁଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ନେଇ ହୋଇଛି ପ୍ରସ୍ତୁତି ବୈଠକ । ତେବେ ୨୦୧୨ରେ ଏଭଳି ଯୋଡା ଆଶ୍ୱିନ ପଡୁଥିବାରୁ ଏହିଭଳି ଷୋଳପୁଜା ହୋଇଥିବା ବେଳେ ସେହି ଅନୁସାରେ କରାଯିବ ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
