ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଲଗ୍ନ ବାହାର କରାଯାଇଛି । ପାରମ୍ପରିକ ପୂଜାପରେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ଘୋଷଣା କରାଯାଇଛି । ଆସନ୍ତା ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ୨୩ ତାରିଖ ରବିବାର ଦିନ ସକାଳ ୯ଟା ୩୫ ମିନିଟ୍ରୁ ୯ଟା ୫୦ ମିନିଟ୍ ମଧ୍ୟରେ ତୁଳା ଲଗ୍ନରେ ଆରାଧ୍ୟ ଦେବୀ ମା' ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମା'ଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ।
ସେପଟେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ।