ସୂଚନାନୁସାରେ, ପୋଡା ପାଟଣା ଗାଁରେ ମଙ୍ଗଳା ମନ୍ଦିର ଦଧି ନଉତିର ପୂଜାର୍ଚ୍ଚନା ବେଳେ ବହୁ ଲୋକଙ୍କର ସମାଗମ ହେବା ସହ ଲୋକଙ୍କ ମୁଁହରେ ମାସ୍କ ନଥିବା ଦେଖାଯାଇଥିଲା । ଏପରିକି ସାମାଜିକ ଦୂରତା ମଧ୍ୟ ମାନିନଥିଲେ ଲୋକେ । ବୈଦେଶ୍ୱର ଥାନାଠାରୁ ମାତ୍ର ଦୁଇ କିଲୋମିଟର ଦୂର ଏହି ସ୍ଥାନରେ ଏଭଳି ଢଙ୍ଗରେ ପୂଜାର୍ଚ୍ଚନା ଚାଲିଥିବାବେଳେ ପୋଲିସର ନଜର କିଭଳି ପଡିପାରିଲା ନାହିଁ । ବହୁ ମହିଳା ପୁରୁଷ ଏକାଠି ହୋଇ ମନ୍ଦିର ପୂଜା ଅର୍ଚ୍ଚନାରେ ଯୋଗ ଦେଇଥିବା ଏକ ଭିଡିଓ ଏବେ ଭାଇରଲ ହୋଇଛି । ଏନେଇ ପ୍ରଶାସନ ପାଖରେ କୌଣସି ଖବର କିଭଳି ନଥିଲା, ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
କରୋନା କଟକଣା ସତ୍ତ୍ୱେ ମନ୍ଦିର ପ୍ରତିଷ୍ଠା

କଟକ: ଲକ ଡାଉନରେ କଟକଣାକୁ ଫୁ କରି ଉଡାଇଦେଲେ ଲୋକେ । କରୋନା କଟକଣା ସତ୍ତ୍ୱେ ମନ୍ଦିର ପ୍ରତିଷ୍ଠା କଲେ । ନା ମୁହଁରେ କାହାର ମାସ୍କ ଥିଲା ନା ଥିଲା ସାମାଜିକ ଦୂରତ୍ୱ । କଟକ ଜିଲ୍ଲା ବାଙ୍କୀ ବୈଦେସ୍ୱର ଥାନା ପୋଡାପାଟଣା ଗାଁରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକକୁ ଲକଡାଉନ ଘୋଷଣା କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ସରକାର ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ଏଠାରେ ନିଜେ ଲୋକ ସଚେତନ ହେବାକୁ ନାରାଜ । ଏଭଳି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।
Download Argus News App
