ଜିଏ ବିଭାଗ ନୋସିଟ୍ କରିଥିଲେ, 15 ସୁଦ୍ଧା କ୍ୱାର୍ଟସ ଛାଡି ଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସା ଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନସନ୍ କରିଥିଲି । ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡିବେ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ବୋଲି କହିଛନ୍ତି ବବି ଦାସ ।
ତେବେ ଏଠି ପ୍ରଶ୍ନ ଉଠୁଛି, କ୍ୱାର୍ଟସ ନିର୍ମାଣ କରିବାକୁ ଜିଏ ଅନୁମତି ଦେଇଥିଲା କି ? ସରକାରୀ କ୍ୱାର୍ଟର ଭିତରେ ଏ ଆଲିସାନ ବଙ୍ଗଳା କାହା ଅନୁମତିରେ କଲେ ଆଉ କାହା ଅନୁମତିରେ ଭାଙ୍ଗିଲେ ।