ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ | ଏହା ବ୍ୟତୀତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀ ବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିବେ |
ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ | ମାନ୍ୟବର ସାଂସଦ (ଲୋକସଭା) ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ, ମାନ୍ୟବର ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ ଠାରେ ଏବଂ ମାନ୍ୟବର ସାଂସଦ (ଲୋକସଭା) ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ ରେ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ |
ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଗୁଡିକର ଶୁଭାରମ୍ଭ କରିବେ | ଏହି ସୁବିଧା ଗୁଡିକ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଚ୍ଛାଦିତ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ (ବୃଦ୍ଧ) / ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି |