ହାଇକୋର୍ଟଙ୍କୁ ଯେଉଁ ୨ଟି ଫଟୋ ଦେଇଥିଲୁ, ଏହା ସେହି ସିଂହ ମୂର୍ତ୍ତି ଫଟୋ। ସିଂହ ମୂର୍ତ୍ତି ଉଦ୍ଧାର ପରେ ଘଟଣାସ୍ଥଳରେ ଯାଞ୍ଚ କରିଥିଲା ASI ଟିମ୍। ୧୬ ଜଣିଆ ଟିମ୍ ଖନନ ସ୍ଥଳ ଯାଞ୍ଚ କରି ସିଂହର ଭଗ୍ନାବଶେଷ ଦେଖିଥିଲେ। ପରୀକ୍ଷା ନୀରିକ୍ଷା କରିଥିଲେ। OBCCର ଅନୁରୋଧ କ୍ରମେ ଏହି ଯାଞ୍ଚ କରିଥିଲା ଏଏସଆଇ ଟିମ ।
ସିଂହ ମୂର୍ତ୍ତି ମିଳିଥିବା ସ୍ଥାନରୁ କିଛି ସାମଗ୍ରୀ ସଂଗ୍ରହ କରାଯାଇଛି। ସଂଗୃହିତ ସାମଗ୍ରୀକୁ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ଏଏସଆଇ ଅଧୀକ୍ଷକ। ଏହି ସାମ୍ପୁଲ ରିପୋର୍ଟ ମିଳିବା ପରେ ହିଁ ଅଧିକ ତଦନ୍ତ କରାଯିବ। ମିଳିଥିବା ସିଂହମୂର୍ତ୍ତିର ସଂରକ୍ଷଣ ଏଏସଆଇ କରିବ।
ତେବେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିଲେ ନାହିଁ ଏଏସଆଇ। ଅନଭିଜ୍ଞ ସଂସ୍ଥା ଦ୍ବାରା ଶ୍ରୀମନ୍ଦିର ଚଉହଦୀରେ ଖନନ ହୋଇଥିବା ଅଭିଯୋଗ ହୋଇଛି । ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡି ଏବଂ ଗ୍ରାଉଣ୍ଡ ପେନିଟ୍ରେସନ ରାଡ଼ର ସର୍ଭେ ବିନା ଏପ୍ରକାର ଖନନ ବିପଦ ସୃଷ୍ଟି କରିଛି।