ପଞ୍ଚାୟତରେ ୨୦୨୦-୨୧ ବର୍ଷ ପାଇଁ ମନରେଗା ଯୋଜନାରେ ବନୀକରଣ ନାମରେ ବିଭିନ୍ନ ସ୍ଥାନରେ ବନୀକରଣ କରାଯାଇଥିଲା । ହେଲେ ଫଳକରେ ଯାହା ସୂଚନା ଦିଆଯାଇଥିଲା ସେହି ଅନୁସାରେ ବନୀକରଣ କରାଯାଇନି । ଏନେଇ ଅଭିଯୋଗ ହେବା ପରେ ଯେଉଁ ଫଳକରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା, ରାତାରାତି ୫ ଲକ୍ଷ ଟଙ୍କା ଲେଖା ଯାଇଛି । ହେଲେ ଅଣକୁଶଳୀ ଶ୍ରମିକଙ୍କୁ ୭ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଉଲ୍ଲେଖ ରହିଛି ।
୨ ଲକ୍ଷ ୬୦ ହଜାର ଟଙ୍କା କେଉଁଠି ଆସିବ ତାହା ବଡ଼ ପ୍ରଶ୍ନ । ଏହି ଖବର ବିଭିନ୍ନ ଗଣମାଧମରେ ପ୍ରସାରଣ ପରେ ପାଟକୁରାର ସାମ୍ବାଦିକ ସୁବାଷ ସାମଲଙ୍କୁ ଆକ୍ରମଣ ପରେ ତାଙ୍କ ସୁନା ଚେନ ଛିଡାଇ ନେଇ ଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ପାଟକୁରା ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁବାଷ ସାମଲ ।