ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ଅଞ୍ଚଳରୁ ଏମିତି ଘଟଣା ସାମ୍ନାକୁ ଆସିଛି। ଅମୂଲ୍ୟ ବେହେରା ନାମକ ଜଣେ ଯୁବକ କୁକୁଡ଼ା ଦୋକାନ କରିଥିବା ବେଳେ ନିକଟରେ ଦୁଇ ଜଣ ଦୋକାନୀଙ୍କ ସହ କୌଣସି କାରଣ କୁ ନେଇ ଝଗଡା ହୋଇଥିଲା. ସୂଚନା ଅନୁଯାୟୀ ଜଣେ ଦୋକାନୀ ଅମୂଲ୍ୟଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କ ହାତକୁ ହାଣି ଦେଇଥିଲେ। ସ୍ଥାନୀୟ ଲୋକେ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଅମୂଲ୍ୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୂର୍ବଶତ୍ରୁତାକୁ ନେଇ କୁକୁଡ଼ାଦୋକାନୀଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ: ଭଦ୍ରକ ପୂର୍ବ ଶତ୍ରୁତାକୁ ନେଇ କୁକୁଡ଼ା ଦୋକାନୀଙ୍କୁ ଆକ୍ରମଣ କରିଛନ୍ତି ପାଖରେ ଥିବା ଅନ୍ୟ ଦୁଇ ଦୋକାନୀ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରିଥିବାବେଳେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି।
Download Argus News App
